ଫାଇଲେରିଆ ରୋଗର ନିରାକରଣ ପାଇଁ ହାଇଡ୍ରୋସିଲ ରୋଗୀଙ୍କ ଅସ୍ତ୍ରୋପଚାର ଶିବିର ତାରିଖ 3.12.25
ଅଦ୍ୟ ତା ୩.୧୨.୨୫ରିଖ ଦିନ ରାଇରଙ୍ଗପୁର ଉପଖଣ୍ଡସ୍ଥ ମୁଖ୍ୟ ଡାକ୍ତରଖାନା ପରିସରରେ ଫାଇଲେରିଆ ରୋଗର ନିରାକରଣ ଅଭିଯାନରେ ହାଇଡ୍ରୋସିଲ ରୋଗୀ ମାନଙ୍କର ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ତରୀୟ ଶିବିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା ରବୀନ୍ଦ୍ରନାଥ ମାରାଣ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇ ଯାଇଅଛି। ଏହି ସ୍ଵାସ୍ଥ୍ୟ ଶିବିରରେ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ା. ସତ୍ୟପ୍ରକାଶ ଧଳ,ଡ଼ା ଦେବେନ୍ଦ୍ରନାଥ ପରିଡା, ଆନାସ୍ଥେସିଆ ବିଶେଷଜ୍ଞ ଡ଼ା ଶରତ ଚନ୍ଦ୍ର ସିଂ, ମେଡିକାଲ ଅଫିସର ଡ଼ା ଦେବେନ୍ଦ୍ର ନାଥ ଟୁଡୁଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୨୦ ଜଣ ହାଇଡ୍ରୋସିଲ ରୋଗୀଙ୍କର ମାଗଣା ସଫଳ ଅସ୍ତ୍ରୋପଚାର କରାଯାଇଅଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ, ଡାକ୍ତରଖାନା ପରିଚାଳକ ଶ୍ରୀ ଆଲୋକ କୁମାର ଗୋଛାୟତ, ନର୍ସିଂ ଅଫିସର ସବିତା ଷଡଙ୍ଗୀ, ଲେପ୍ରା ସୋସାଇଟିର ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ମଙ୍ଗରାଜ , PCI ଅଧିକାରୀ ଶ୍ରୀ ରାଜୀବ ଲୋଚନ ଜେନା, ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଶ୍ରୀ ଦୀପକ କୁମାର ମହାନ୍ତ, ଶ୍ରୀ ନନ୍ଦିଶ୍ୱର ମହାନ୍ତ, ଶ୍ରୀ ବିଜୟ କୁମାର ବସା ,ଆଟେଣ୍ଡେଟ ପବିତ୍ର ବେହେରା, ସରସ୍ଵତୀ ବାରିକ, ସୁଇପର ଅଜୟ କାରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0