ପ୍ରାଣୀ ଧନ ନିରୀକ୍ଷଣ ଙ୍କୁ କିଏ ଦେଉଛି ମାସିକ ପାଉଣା ତା ପାଇଁ ଶହ ଶହ ପ୍ରାଣୀ ଧନ କ୍ଷତି ପଞ୍ଚାୟତ ବାସୀ କଲେ ଅଭିଯୋଗ

ଦୁର୍ଗମ ଅଞ୍ଚଳର ସାଧାରଣ ଜନତା କେତେ ଆଶା ନେଇ କିଛି ଗୃହ ପାଳିତ ପଶୁପକ୍ଷୀ ପାଳନ କରି କିଛି ଅର୍ଥ ସହାୟତା ମିଳିବା ଆଶା ବାନ୍ଧିଥାନ୍ତି l ଚାଷୀ ଅନେକ ସ୍ବପ୍ନ ଦେଖି ଗୃହ ପାଳିତ ପଶୁପକ୍ଷୀ ପାଲୁଥିବା ବେଳେ ଅନେକ ଚାଷୀଙ୍କ ଗୃହ ପାଳିତ ପ୍ରାଣୀ ଶହ ଶହ ମୃତ୍ୟୁ ହୋଇ ଚାଷୀ ହଜାର ହଜାର ଟଙ୍କା କ୍ଷୟ କ୍ଷତି ହୋଇ ଥିବା ଅଭିଯୋଗ ହୋଇଛି l ଏହା ମୁଖ୍ୟ କାରଣ ହେଉଛି ପ୍ରତି ପଞ୍ଚାୟତ କୁ ସରକାର ଜଣକୁ ପ୍ରାଣୀଧନକୁ ନିରୀକ୍ଷଣ କରିବା ପାଇଁ ଜଣ ଜଣକୁ ନିଯୁକ୍ତି ଦେଇଛନ୍ତି l ଏଠି ବର୍ଷ ବର୍ଷ ହେଲା ନିଜ ଘରେ ରହି କାଗଜ ପତ୍ରରେ ଖାଲି ଚାଷୀ ଙ୍କୁ ସେବା ଯୋଗାଇ ଦେଉଛି ବୋଳି ମିଥ୍ୟା ରେକଡ଼ କରି ମାସିକ ପାଉଣା ପାଉଛି ନିରୀକ୍ଷଣ ବାବୁ l ଯେଉଁ ଅଞ୍ଚଳ ପାଇଁ ବାବୁ ଜଣକ ନିଯୁକ୍ତି ପାଇଛନ୍ତି ସତ ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣି ପାରୁନାହାନ୍ତି କି କିଏ ନିରୀକ୍ଷଣ ହୋଇଛି ତାର ନାମ କଣ ଜାଣି ନାହିଁ ପଞ୍ଚାୟତ ବାସୀ l ପ୍ରାୟ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେବ ଜାଣିଶୁଣି ନିରୀକ୍ଷଣ ବାବୁ କାହାର କଥା ଖାତିର କରୁ ନ ଥିବା ଜଣାପଡିଛିl ବାବୁ କାହାର ଛତ୍ର ଛାୟା ରେ ରହି କାର୍ଯ୍ୟପ୍ରତି ଅବହେଳା କରି ସାଧାରଣ ଚାଷୀ ମାନଙ୍କ ପ୍ରାଣୀ ନଷ୍ଟ କରିବାରେ ଲାଗିପଡିଛନ୍ତି l ସରକାରୀ କର୍ମଚାରିଙ୍କ ମନରେ ଯଦି ମାନବିକତା, ସେବା ମନ ବୃତ୍ତି ନାହିଁ ସେଭଳି ଲୋକଙ୍କୁ ନିଯୁକ୍ତି ରୁ ବହିଷ୍କାର କରିବା ଉଚିତ l ଏପରି ଘଟଣା ହୋଇଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଲପାଟ ପଞ୍ଚାୟତ ରେ ଥିବା ପ୍ରାଣୀଧନ ନିରୀକ୍ଷଣ ଗଣେଶ ପୁଝାରୀ ନାମକ ବିରକୁଳ କର୍ତ୍ତବ୍ୟ ରେ ଶୂନ l ଅନେକ ଚାଷୀ ଙ୍କ ବଳଦ, ଗାଈ, ମଇଁଷି, ଛେଳି,ମେଣ୍ଢା, କୁକୁଡ଼ା,ପାରା ଭୋଳି ଗୃହ ପାଳିତ ପ୍ରାଣୀ ନଷ୍ଟ ହୋଇଛି l ସେମିତି ଆମଠାଗୁଡା ଗ୍ରାମର ଦାନ ମାଝୀ ବଳଦ ନଷ୍ଟ ତାହାର ଆନୁମାନିକ ମୂଲ୍ୟ ପନ୍ଦର ହଜାର (15000)ଟଙ୍କା ହେବ ବୋଳି ମାଝୀ ବହୁ ଦୁଃଖରେ ଜଣାଇ ଥିଲେ l ମୋ ପାଖରେ ଅର୍ଥ ଅଭାବ ଯୋଗୁ ମୁଁ ଚାଷ କରି ପାରିଲି ନାହିଁ ଗୋଟିଏ ହଳ ଥିଲେ ସେଥିରୁ ଗୋଟିଏ ବଳଦ ମରିଗଲା ତେଣୁ ଗୋଟିଏ ବଳଦ ରେ କେମିତି ହଳ କରିବି ମୋର ଚାଷ ଜମି ପଡିଆ ହେଲା l ସେହି ପରି ଭେଜିଗୁଡା, ଆମଠା ଗୁଡା, ବଡ଼ ଟିକିରା ଗୁଡା ଏହି ଗାଁଗୁଡିକରେ ଅର୍ଜୁନ ମାଝୀ ର ଗୋଟିଏ ଗାଈ ର ମୂଲ୍ୟ. ପାଖା ପାଖି ମୂଲ୍ୟ ଆଠ ହଜାର (8000)ଟଙ୍କା ହେବ,ଧାନଫୁଲ ମାଝୀ. ତିନି ଟି ଛେଳି ତାର ମୂଲ୍ୟ ପନ୍ଦର ହଜାର (15000)ଟଙ୍କା,ଧାନଫୁଲ ମାଝୀ ର 7ଟି ଛେଳି ତାର ମୂଲ୍ୟ ହେବ ପଚାଶ ହଜାର (50000)ଟଙ୍କା ସେହି ପରି ଅନେକ ଚାଷୀ ର ନଷ୍ଟ ହୋଇଛି l ଆମେ ସମସ୍ତ ଙ୍କ ଉଲେଖ୍ୟ କରି ପାରିବୁନି l ଗ୍ରାଉଣ୍ଡ ଜିରୋ କୁ ଯାଇ ତଦନ୍ତ କଲେ ସବୁ ସତ ଜଣାପଡିବ lଚାଷୀ ହେଲା ଭାରତ ର ମେରୁଦଣ୍ଡ ଜାଣିଛନ୍ତି ସମସ୍ତେ ହେଲେ ଏଠି ତାର ସେବା ମିଳିପାରୁନି l ଚାଷୀଙ୍କୁ ସେବା ନ ମିଳିବା ରୁ ଅନେକ ଚାଷୀ ଆତ୍ମା ହତ୍ୟା କରୁଛନ୍ତି l ଏହାର ପଛରେ କେବଳ କାର୍ଯ୍ୟ ଅବହେଳା କର୍ମ ଚାରି ବାବୁ ମାନେ ହିଁ ଦାୟୀ l ପ୍ରତି ଗାଁ କୁ ଯାଇ ଘର କୁ ଘର ଯାଇ ପଶୁପକ୍ଷୀ ତଦନ୍ତ କରି ତାର ତାଲିକା ତିଆରି କରି ନିରୀକ୍ଷଣ କରିବା ନିୟମ ଅଛି କିନ୍ତୁ ବାବୁ ଜଣକ ନିଜ ଘରେ ରହି ସବୁ କାଗଜ ପତ୍ର ରେ ସୀମିତ କରି ସରକାର କୁ ଭକୁଆ କରି ପାଉଣା ପାଉଛି ପୁଝାରୀ ବାବୁ l ଏପରି କାର୍ଯ୍ୟ ଅବହେଳା କରୁଥିବା ବାବୁ ଙ୍କୁ ଉଚ୍ଚ ପଦାଧିକାରୀ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଛି l ଚାଷୀ ଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣି ରେ ଭସେଇ ଦେଇ ଥିବା ଭୋଳି ଚାଷୀ କେବଳ ଏଲ. ଆଇ ବାବୁ କୁ ହିଁ ଦାୟୀ ଏବଂ କ୍ଷତି ପୂରଣ କରିବା ପାଇଁ ସାଙ୍ଘାତିକ ଅଭିଯୋଗ ଆଣିଲେ ଚାଷୀ l ଆଗକୁ କଣ ହେବ ତାହା ସମୟ କହିବ ।
କଲାହାଣ୍ଡି ରୁ ଅଫିସ ଷ୍ଟାପ ମକୁନ୍ଦ ନାଏକଙ୍କ ରିପୋର୍ଟ
What's Your Reaction?






