ପ୍ରବାସୀ ଶ୍ରମିକ ମାନଙ୍କୁ ସମସ୍ତ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ:ଜିଲ୍ଲାପାଳ

Sep 13, 2025 - 20:17
 0  10
ପ୍ରବାସୀ ଶ୍ରମିକ ମାନଙ୍କୁ ସମସ୍ତ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ:ଜିଲ୍ଲାପାଳ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ବିଭାଗ ମାସିକ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ବିଗତ ଦିନର କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟାବଳୀ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ସାମାଜିକ ସୁରକ୍ଷା ବିଭାଗର ସମସ୍ତ ଯୋଜନା ଗୁଡିକ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା l ଜିଲ୍ଲାରେ ଆଗାମି ଦିନରେ ହେବାକୁ ଥିବା ବିଭାଗର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା l କୌଣସି ବ୍ଲକରେ ବି ସମାରୋହ ରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି ନିଆଗଲା l ୩୫୦୦ ଟଙ୍କା ଭତ୍ତା ପାଇବାକୁ ଥିବା ହିତାଧିକାରୀଙ୍କ ପରିଚୟ ପତ୍ର ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାରେ ପ୍ରବାସୀ ଶ୍ରମିକରୁ ଫେରିଥିବା ସମସ୍ତ ପରିବାର ସର୍ଭେ କରାଯାଇ ସମସ୍ତଙ୍କୁ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯୋଗାଇ ଦେବାପାଇଁ ନିଷ୍ପତ୍ତି ନିଆଗଲା l ସମୀକ୍ଷାରୁ ଜଣା ଗଲାଯେ ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୬୧୫୨୩ ହିତାଧୀକାରୀ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୧୩୬୨ ଜଣଙ୍କୁ ସାମିଲ୍ କରାଯାଇଛି l ଏନ ଏଫ୍ ବି ଏସ୍ ଯୋଜନାରେ ୨୫ ଜଣ ହିତାଧୀକାରୀଙ୍କୁ କୋଡିଏ ହଜାର ଟଙ୍କା ଲେଖାଏଁ ମୋଟ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଭିନ୍ନକ୍ଷମ ବିବାହ ଯୋଜନାରେ ୫ ଟି ଦମ୍ପତ୍ତି ଙ୍କୁ ୨,୫୦୦୦୦ ଲେଖାଏଁ ଅନୁଦାନ ଦିଆ ଯାଇଛି l ଭିନ୍ନକ୍ଷମ ମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ପାଇଁ ୪,୪୦,୫୫୩ ଟଙ୍କା ସହାୟତା ଦିଆ ଯାଇଛି l ମିଶନ କ୍ଷମତାରେ ୧୦୫ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଂକୁ ସହାୟତା ଦିଆଯିବ l ୧୬ ଟି ଗୋଷ୍ଠି ଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ମୋଟ ୮ ଲକ୍ଷ ଟଙ୍କା ରିଭଲଭିଂ ଫଣ୍ଡ ଦିଆ ଯାଇଛି l ସ୍ଵୀକୃତି ଯୋଜନାରେ ଜିଲ୍ଲାରେ ୧୦୪ ଜଣ ଟ୍ରାନସଜେଣ୍ଡର ଚିହ୍ନଟ କରି ୬୭ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ଏବଂ ୩୫ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି l ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ପ୍ରବାସୀ ଶ୍ରମିକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ lଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଓ ବିଭିନ୍ନ ବ୍ଲକର ଏହି ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ