।। ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ତରଫରୁ ନୂଆବର୍ଷ ପାଳିତ ।।

Jan 4, 2024 - 12:03
 0  29
।। ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ତରଫରୁ  ନୂଆବର୍ଷ ପାଳିତ ।।

ନୂଆପଡା : ସ୍ଥାନୀୟ ପ୍ରଜାପିତା ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ଖରିଆର ରୋଡ ଶାଖା ତରଫରୁ ନୂଆବର୍ଷ ପାଳିତ ହୋଇଯlଇଛି l ଉକ୍ତ ଅବସରରେ ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ରାଜଜୋଗୀନି ସୁମତୀ ଦିଦି ଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବ ବର୍ଷରେ ନବ ସଙ୍କଳ୍ପ ରଖିଥିଲେ l ନବ ବର୍ଷର ଅଭିନନ୍ଦନ ଦେବା ସହ ନୂଆବର୍ଷରେ ନଗର ବାସୀଙ୍କୁ ସୁଖ, ଶାନ୍ତି ଓ ପବିତ୍ରତାର ବାର୍ତ୍ତା ଦେଇଥିଲେ l ଏବଂ ଆମ ଭିତରେ ଥିବା ପୁରୁଣା ସଂସ୍କାର ଓ ପୁରୁଣା କଥା କୁ ନିଶ୍ଚୟ ଭୁଲିବା ସହ ନବ ବର୍ଷରେ ନିଜ ଜୀବନକୁ ନୂଆ ରୂପରେ ଗଢି ତୋଳିବା ସହ ଆଗକୁ ପାଦ ବଡ଼ାଇବା ଓ ନିଜ କର୍ମ ପଥରେ ଅଗ୍ରସର ହେବା ଏବଂ ନିଜ ଜୀବନକୂ ଏକ ନୂଆ ରୂପରେ ଗଢିବା ବୋଲି ସୁମତି ଦିଦି କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଦିଦିଙ୍କୁ ନବ ବର୍ଷର ଶୁଭେଚ୍ଛା ଦେବା ସହ କାର୍ଯ୍ୟକ୍ରମରେ ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ