।। ପୋଲିସ ଛାଉଣୀ ମଧ୍ୟରେ ଏସାର ମିନମେଟ୍ କାରଖାନା ସ୍ଥାପନ ଲାଗି ଜନଶୁଣାଣୀ ଆୟୋଜନ ।।

Oct 29, 2024 - 16:12
 0  12
।। ପୋଲିସ ଛାଉଣୀ ମଧ୍ୟରେ ଏସାର ମିନମେଟ୍ କାରଖାନା ସ୍ଥାପନ ଲାଗି ଜନଶୁଣାଣୀ ଆୟୋଜନ ।।

ଲୋକେ କାରଖାନା ପ୍ରତିଷ୍ଠାକୁ ଘୋର ବିରୋଧ କଲେ। କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ଓ କାଦଗଡ଼ ଠାରେ ମେସର୍ସ ଏସାର ମୀନମେଟ୍ କମ୍ପାନୀ ଦ୍ଵାରା ବାର୍ଷିକ ୧୪.୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଥିବା ଏକ ଆଇରନ ଓର ବେନିଫିକେସନ୍ ପ୍ଲାଣ୍ଟ ସ୍ଥାପନ ଲାଗି ଆଜି ମହଦେଈଯୋଡ଼ା ମୌଜାରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଜନ ଶୁଣାଣୀ ଅନୁଷ୍ଠିତ ହେବାକୁ ଥିବା ସ୍ଥାନକୁ ପୋଲିସ ଛାଉଣୀରେ ସଜେଇ ଦିଆ ଯାଇଥିଲା। ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀ ଏହି କାରଖାନା ପ୍ରତିଷ୍ଠା ହେଲେ ବ୍ୟାପକ ବିସ୍ଥାପନ ସମସ୍ୟା ସହ ପ୍ରଦୂଷଣ ହେବ ପାଖରେ ବହି ଯାଉଥିବା ମାଛ କାନ୍ଦଣା ନାଳ ଶୁଖି ଯିବ ଚାଷ ଅଞ୍ଚଳରେ ବୁଡ଼ି ଯିବ ବୋଲି ଲିଖିତ ଆକାରରେ ପ୍ରଶାସନକୁ ଜଣାଇଥିଲେ। ବାସ୍ତବରେ ଶୁଆକାଟି ଓଏମସି ତଳେ ଥିବା ଏହି ଅଞ୍ଚଳ ଅତି ଅନୁନ୍ନତ ପଛୁଆ ଲୋକେ ରୋଗରେ ପଡ଼ି ଅନେକ ପ୍ରାଣ ହରାନ୍ତି ଏଠାରେ ଜଣ୍ଡିସ ଯକ୍ଷ୍ମା ପରି ମାରାତ୍ମକ ରୋଗ ଆତଙ୍କ ରହିଛି। ସ୍ଥାନୀୟ ଅଞ୍ଚଳରେ ପିଇବାକୁ ଭଲ ପାଣି ମିଳେ ନାହିଁ ଚାଷ ଜମି ପାହାଡ଼ରୁ ଆସୁଥିବା ଲାଲ୍ ଲୁହାପଥର ପାଣି ଲାଗି ଅନୁପଯୁକ୍ତ ହୋଇ ପଡ଼ିଲାଣି ବୋଲି ଚାଷୀ କୁହନ୍ତି। ତେବେ ମାଛ କାନ୍ଦଣା ନାଳ ଲାଗି ଏଠାରେ ଚାଷୀ ଭଲ ଫସଲ କରି ପାରୁଛନ୍ତି ସେମାନେ କାରଖାନା ହେଲେ ସବୁ ଚାଲିଯିବ ଭାବି ଏବେ ଆଶଙ୍କାରେ ରହିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଷ୍ଟରଲାଇଟ୍ କମ୍ପାନୀକୁ ପ୍ରବଳ ବିରୋଧ କରି କାରଖାନା କରିବାକୁ ଲୋକେ ଦେଇ ନଥିଲେ। ତେଣୁ ଆଜି ଏହି ଜନ ଶୁଣାଣୀରେ ପୂର୍ବ ପରି ପରିସ୍ଥିତି ଦେଖା ଦେଇଥିଲା ସମସ୍ତେ ଏକ ସ୍ଵରରେ ମାଆ ମାଟି ଲାଗି କମ୍ପାନୀକୁ ବିରୋଧ କରିଥିଲେ ଫଳରେ ସପକ୍ଷରେ କହିବାକୁ ଟ୍ରେନିଂ ପାଇଥିବା ଲୋକେ ମୂକ ସାକ୍ଷୀ ହୋଇ ବସି ରହିବାକୁ ବାଧ୍ୟ ହୋଇଥିଲେ। ଲୋକଙ୍କ କହିବା କଥା ଟାଟା କମ୍ପାନୀ କେନ୍ଦୁଝର ଜିଲ୍ଲାରେ ୧୯୦୯ ମସିହାରୁ ଅଛି ହେଲେ ନିଯୁକ୍ତି ବାହାର ଲୋକ ପାଇଛନ୍ତି ସବୁ କମ୍ପାନୀ ସେମିତି କରି ଚାଲିଛନ୍ତି। ଖଣି ଖାଦାନ ଲାଗି ଅତ୍ୟଧିକ ଟ୍ରକ୍ ଚାଲି ପ୍ରତିଦିନ ଲୋକେ ମରୁଛନ୍ତି ହେଲେ କ୍ଷତି ପୂରଣ ନଗଣ୍ୟ କାହାକୁ ମିଳେ ତ କାହାକୁ ନାହିଁ। ଖଣି ଚୋର ମାଫିଆ ଡକାୟତ ବଢ଼ି ଜିଲ୍ଲାରେ ରାଜନୀତି କରି ଜିଲ୍ଲାକୁ ବୁଡ଼େଇ ଦେଇ ସାରିଲେଣି ଲୋକଙ୍କ ତେଣୁ ପ୍ରବଳ କ୍ଷୋଭ ଅଛି। ପୂର୍ବରୁ କାରସାଦି କରି ଜନ ଶୁଣାଣୀ ବିଫଳ ହେଲେ ମଧ୍ୟ ଲାଞ୍ଚ ଦେଇ ମିଛରେ ଖବର ପ୍ରସାରଣ ହୁଏ କି ଲୋକେ କାରଖାନା ଲାଗି ହଁ କଲେ ତେଣୁ ଏଥର ଲୋକେ ସତର୍କ ଅଛନ୍ତି ଚେତାବନୀ ମଧ୍ୟ ଦେଇଛନ୍ତି। ନିୟମ ଗିରି ପରି ଏଠାରେ ବିଚାରପତି ଆସି ଜନ ଶୁଣାଣୀ କରନ୍ତୁ ପ୍ରକୃତ ସମସ୍ୟା ଜଣା ଯିବ ବୋଲି ଲୋକ ମତ ପ୍ରକାଶ ପାଇଛି। ଏହି ଅଞ୍ଚଳରେ ସରକାରୀ ଜମି ସହ ଘରୋଇ ଜମି ଅଧିଗ୍ରହଣ ହେବାର ସମ୍ଭାବନା ଥିବାରୁ ଲୋକେ ଆରମ୍ଭରୁ କାରଖାନା ସ୍ଥାପନ ବିରୋଧୀ ରହି ଆସୁଛନ୍ତି ତେବେ ଏବେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପୁଣି କିପରି ଲୋକଙ୍କ ସହ ଆଲୋଚନା କରୁଛି ବୁଝାଉଛି ଦେଖିବାକୁ ବାକି ରହିଲା।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ