ପୋଖରୀ ପାଣିରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଦେହ
ଆଜି ଏକ ଅଭାବନିୟମ ଘଟଣା ଘଟିଛି l ଏହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଡ଼େପଦର ଗ୍ରାମ ପଞ୍ଚାୟତ ଖମାର ପଦର ଗ୍ରାମ ନିକଟରେ ଥିବା ପୋଖରୀ ପାଣିରେ ଭାଷୁ ଥିବା ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଦେହ ଉଦ୍ଧାର କଲେ ଥୁଆମୂଳ ରାମପୁର ପୋଲିସ ଓ ଅଗ୍ନିଶମ କର୍ମଚାରୀ l ମିଳିଥିବା ସୂଚନା ଅନୁସାରେ ପୋଖରୀକୁ ଶୌଚ କରିବାକୁ ଯାଇ ପୋଖରୀ ପାଣିରେ ପଡି ଥିବା ସତ୍ୟ ନାଏକ 61ବର୍ଷ ଏବଂ ତାଙ୍କ ପତ୍ନୀ ପ୍ରତିମା ନାଏକ 60ବର୍ଷ ମୃତ୍ୟୁ ହୋଇଥିବା ଜଣାପଡିଛି l ଆଃ କି ଦୁଃଖର କଥା ଯାହା କି ଦୁନିଆରେ ପୁଅ ଅଛନ୍ତି ନା ଝିଅ ଅଛନ୍ତି l ଥୁଆମୂଳ ରାମପୁର ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲା l ପରେ ଶବ କୁ ଗ୍ରାମର ସମ୍ପର୍କୀୟ ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି l ଏହାକୁ ନେଇ ପୋଲିସ ଏକ ଅପମୃତ ରୁଜୁ କରି ଅଧିକ ତଦନ୍ତ ଜାରି କରୁଛି l ମୃତ୍ୟୁ ଘଟଣାକୁ ନେଇ ଗ୍ରାମରେ ଶୋକ କାୟା ଖେଳିଛି l
କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0