ପେଟ ଓ ପରିବାରରେ ସୀମିତ ସମାଜ ସଂସ୍କାରକ ନୁହେଁ
ବାରିପଦା, ୧।୨(): ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ପୂର୍ଣ୍ଣିମା ତିଥିରେ ସଦ୍ଭାବନା ସମିତିର ଦେଶରେ ନିଆରା ୫୬୦ତମ ମାସିକ ସନ୍ଥ ଦିବସ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏ ମାସରେ ଆବିର୍ଭାବ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସନ୍ଥବାଣୀ 'ପେଟପାଟଣା ଓ ପରିବାରରେ ସୀମିତ ନରହି, ମୁଁ ଭଲ ହେଲେ ସମାଜରୁ ଜଣେ ଅପରାଧ ସଂଖ୍ୟା କମିଯିବ' ଏ ମାସର ଆଲୋଚନା ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ସଂଗଠନ ନାମରେ ଆତ୍ମପ୍ରଚାରର ବିଷାକ୍ତ ପ୍ରତିଯୋଗିତା ସମାଜ ସଂସ୍କାର ନୁହେଁ ମନ୍ତବ୍ୟ ରଖିଥିଲେ । ଆଲୋଚନାରେ ଡ. ବିଜୟ କୁମାର ଅଗରୱାଲା, ସାମ୍ବାଦିକ ଡଃ ଗୌର ଦାସ ଗିରି,ସୁକାନ୍ତ ଜୀଉ, ବ୍ରହ୍ମ କୁମାରୀ ଭଉଣୀ ମାମୁନି, ଡ ରାଜେନ୍ଦ୍ର ସାମଲ, ଡ ଶଶୀଧର ବିଶ୍ବାଳ, ହିମାଂଶୁ କୁମାର ଦାସ, ଦାମୋଦର ପତି, ପଣ୍ଡିତ ଭାଗବତ ପଣ୍ଡା, ସୁଶାନ୍ତ କୁମାର ବେହେରା, ଅଜିତ କୁମାର କବାଟ, ନନ୍ଦ କୁମାର ମହାପାତ୍ର, ପ୍ରଧ୍ୟାପକ ଅବନୀ କୁମାର କୁଣ୍ଡୁ ଓ ନରସିଂହ ବାରିକ ପ୍ରମୁଖ ଏବେ ସିଦ୍ଧି ନଥାଇ ଭୋଗବାଦର ବାଲିସ୍ତୁପ ତଳେ ଧର୍ମସୌଦାଗର ମାନଙ୍କ ପ୍ରବଚନ ପ୍ରଭାବ ଶୂନ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ବାଗତ ଓ ସାମ୍ବାଦିକ ସତ୍ୟାନନ୍ଦ ଶେଜପଡା ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0