।। ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଖରିଆର ରୋଡ ଅମୃତ ଭାରତ ଷ୍ଟେସନ ର ଅନୁଧ୍ୟାନ କଲେ ।।

Aug 10, 2024 - 21:57
 0  14
।। ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଖରିଆର ରୋଡ ଅମୃତ ଭାରତ ଷ୍ଟେସନ ର ଅନୁଧ୍ୟାନ କଲେ ।।

ନୂଆପଡା : ନୂଆପଡା ଜ଼ିଲ୍ଲାର ଖରିଆର ରୋଡ ସହର ହେଉଛି ଏକ ବାଣିଜ୍ୟ ସହର ହୋଇଥିବାବେଳେ ଏଠାରେ ଥିବା ରେଳଷ୍ଟେସନ କୁ ମୋଦି ସରକାରଙ୍କ ଅନୁଦାନ କ୍ରମେ ରେଳଷ୍ଟେସନର ସର୍ବାଙ୍ଗୀନ ବିକାଶ ପାଇଁ 2022-23ରେ 40 କୋଟି ଟଙ୍କା ମଞ୍ଜୁର ରାଯାଇଥିଲାବେଳେ ଖରିଆର ରୋଡ ରେଳ ଷ୍ଟେସନ କୁ ଅମୃତ ଷ୍ଟେସନ ଘୋଷଣା ପରେ ସେଥିପାଇଁ ଚାଲିଛି ଷ୍ଟେସନର ଉନ୍ନତି କରଣର କାର୍ଯ୍ୟ । ଆଜି ଇଷ୍ଟକୋଷ୍ଟ ରେଲୱେ ଜିଏମ ପରମେଶ୍ଵର ଫଙ୍କୱାଲ ଓ ଡିଆରଏମ ତୁଷାର କାନ୍ତ ପାଣ୍ଡେ ଖରିଆର ରୋଡ ଷ୍ଟେସନ ପରିଦର୍ଶନ କରିଥିଲେ ଏହି ପରିପ୍ରେକ୍ଷୀରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଖରିଆର ରୋଡ ଷ୍ଟେସନ ରେ ଭେଟି ଖରିଆର ରୋଡ ଅମୃତ ଭାରତ ଷ୍ଟେସନ ର ଅନୁଧ୍ୟାନ କରିଥିଲାବେଳେ ଓ ଲଖନା ଷ୍ଟେସନ ର ଉନ୍ନତି କରଣ ଏବଂ ନୂଆପଡ଼ା ଷ୍ଟେସନର ବିଭିନ୍ନ ସମସ୍ୟା ବାବଦରେ ଅନେକ ଦାବି କରିଥିଲେ l ସେଥି ମଧ୍ୟରୁ ନୁଆପଡା ଷ୍ଟେସନ ର ୨ ନଂ ପ୍ଲାଟଫର୍ମରେ କୋଚ ଡିସପ୍ଲେ , ପ୍ଲାଟଫର୍ମ ନଂ ୨ କୁ ଜିବା ରାସ୍ତାର ମରାମତି, ଫାଷ୍ଟ କ୍ଲାସ ୱେଟିଂରୁମ କୁ ଚାଲୁ କରିବା, ସ୍ଲିପର କ୍ଲାସ ୱେଟିଂରୁମ କୁ ଚାଲୁ କରିବା, ନୁଆପଡା ରେ ଏକ୍ସପ୍ରେସ ର ରହଣୀ ର ବ୍ୟବସ୍ତା କରିବା ସହିତ ୫ ଟି ରିଟେରିଙ୍ଗ ଘର ପାସେଞ୍ଜର ରହିବାର ବ୍ୟବସ୍ଥା, ତିରୁପତି ଏକ୍ସପ୍ରେସ କୁ ଚେନ୍ନାଇ ପର୍ଯ୍ଯନ୍ତ ସମ୍ପ୍ରସାରଣ ପାଇଁ ବସନ୍ତ କୁମାର ପଣ୍ଡାଙ୍କ ଦାବି କରିଥିବାବେଳେ ଏହି ଦାବି ପତ୍ର ସମୟରେ ଜ଼ିଲ୍ଲା ବିଜେପି ସାଧାରଣ ସମ୍ପାଦକ ଟୁଲସ ପଟେଲ, ଜ଼ିଲ୍ଲା ବିଜେପି ବରିଷ୍ଠ ନେତା ହରିଶଚନ୍ଦ୍ର ପଣ୍ଡା, ଜ଼ିଲ୍ଲା ବିଜେପି ବରିଷ୍ଠ ନେତା ସୁବ୍ରତ ଠାକୁର, ଅଭିନନ୍ଦନ ପଣ୍ଡା, ଡି.ଆର.ସି.ୟୁ ,ମେମ୍ବର ଗୋଲଡି ଅଗ୍ରୱାଲ, ଖରିଆର ରୋଡ କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଖରିଆର ରୋଡ ପାର୍ଷଦ ସନ୍ଦୀପ ଶର୍ମା, ସଦାନନ୍ଦ ଯୋଶୀ ଓ ଅନେକ ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ