।। ପୂର୍ବତନ ବିଡ଼ିଓଙ୍କ ଆଦର୍ଶ ପଞ୍ଚାୟତ ଠାରେ ଛେଳି ଗୃହ ଉଦଘାଟନି କାର୍ଯ୍ୟକ୍ରମକୁ ଯାଇ ହଟହଟା ହେଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ।।

Nov 17, 2023 - 15:43
 0  16
।। ପୂର୍ବତନ ବିଡ଼ିଓଙ୍କ ଆଦର୍ଶ ପଞ୍ଚାୟତ ଠାରେ ଛେଳି ଗୃହ  ଉଦଘାଟନି କାର୍ଯ୍ୟକ୍ରମକୁ ଯାଇ ହଟହଟା ହେଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ।।

ଲାଞ୍ଜିଗଡ (ଖବର)କିଛି ଦିନତଳେ ବିଜେପୁର ପଞ୍ଚାୟତରେ ବିଜେଡ଼ି କର୍ମୀଙ୍କ ଅସନ୍ତୋଷ ପ୍ରକାଶ ପରେ ବିଜେଡ଼ି ବରିଷ୍ଠ କର୍ମୀ ଦଳ ଛାଡି ବାକୁ ଧମକ ଦେଇଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଉଦ୍ଘାଟିନି କାର୍ଯ୍ୟକ୍ରମକୁ ଆସିଥିବା ବେଳେ ପ୍ରଥମେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ମାଡ଼ିବନ୍ଧା ନିକଟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଭୂମିପୂଜନ କରି ସେଠାରୁ ବିଶ୍ୱନାଥପୁର ଅଭିମୁଖେ ଆସି ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ପରିସରରେଥିବା ନବନିର୍ମିତ ମିଶନଶକ୍ତି କାଫେକୁ ଉଦଘାଟନ କରିଥିଲେ । ତେବେ ସେଠାରୁ ପୂର୍ବ କାର୍ଯ୍ୟସୂଚି ଅନୁସାରେ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ପାର୍କକୁ ଉଦଘାଟନ କରିବା ପୂର୍ବରୁ କାର୍ଯ୍ୟସୂଚୀ ଥିବା ବେଳେ ପଞ୍ଚାୟତର ଜନସାଧାରଣ ସେହି ଉଦଘାଟନୀ କାର୍ଯ୍ୟକ୍ରମକୁ ବିରୋଧ କରିବାରୁ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବିରୋଧୀର ଭୟରେ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତ ସ୍ଥିତ ପୂର୍ବତନ ବିଡ଼ିଓଙ୍କ ଆଦର୍ଶ ଗାଁ ଫୁଲଡୁମେର ଠାରେ ଥିବା ନବ ନିର୍ମିତ ଅଧାପନ୍ତରିଆ କରି ଚାଲିଯାଇଥିବା ବେଳେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ପୂର୍ବ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧମକ ଦେବା ସହ ଗାଳିଗୁଲଜ କରି ତରବରିଆ ଭାବେ କିଛି ଅନୁଦାନ ବଡାଇ ନିମ୍ନମାନର କାର୍ଯ୍ୟକରି ସମାପ୍ତ କରି ଅନ୍ୟଜାଗାକୁ ଚାଲିଯାଇଥିଲେ । ତେବେ। (ଗୁରୁବାର) ସେହି କାର୍ଯ୍ୟକୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଉଦଘାଟନ କରିବାକୁ ଆସିଥିବା ବେଳେ ତ୍ରିଲୋଚନପୁର ଗ୍ରାମପଂଚାୟତ ବିଜେଡି କର୍ମୀ ତଥା ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ବସି ବିଧାୟକ ପ୍ରଦୀପ ଦିଶାରୀ ତଥା ଜିଲ୍ଲାପରିଷଦ ପରୀକ୍ଷିତ ନାଏକଙ୍କୁ ଛେଳି ଗୃହ ଉଦଘାଟନ କରିବା କରିବା ପୂର୍ବରୁ ପ୍ରଥମେ ରାସ୍ତା ଉଦଘାଟନ ପାଇଁ ରାସ୍ତା ଅବରୋଧ କରିଥିଲେ ।କାଇଁକିନା ରାସ୍ତା ରାସ୍ତା ମରାମତି ପାଇଁ ବାରମ୍ବାର ବିଧାୟକ କୁ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଏବେ ଯାଏଁ ରାସ୍ତା ମରାମତି ହୋଇ ପାରି ନାଇଁ ଯାହାଫଳରେ ଆଜି ପଞ୍ଚାୟତ ବାସୀଙ୍କ ପ୍ରଶ୍ନ ବାଣରେ ବିଧାୟକ ଓ ଜିଲ୍ଲାପରିଷ ଏବଂ ସମସ୍ତ ବିଜେଡି କର୍ମୀ ଘାଇଲା ହୋଇ ନିରାଶ ହୋଇ ଫେରି ଥିବା ବେଳେ ବିଧାୟକ ଦିଶାରୀ କାର୍ଯ୍ୟକ୍ରମକୁ ନଯାଇ ଫେରିଥିବା ନେଇ ବିଭିନ୍ନ ମହଲରେଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଲାଞ୍ଜିଗଡ଼ ବ୍ଲକ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

|

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ