।। ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ବିଜେଡିର ପ୍ରାଥମିକ ସଦସ୍ୟତାରୂ ଦେଲେ ଇସ୍ତଫା ।।

Oct 30, 2023 - 21:04
 0  25
।। ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ବିଜେଡିର ପ୍ରାଥମିକ ସଦସ୍ୟତାରୂ ଦେଲେ ଇସ୍ତଫା ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିନାପାଲି ବ୍ଲକର ବିଜେଡି ମଙ୍ଗୁଆଳ ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ବିଜେଡିର ପ୍ରାଥମିକ ସଦସ୍ୟତାରୂ ଇସ୍ତଫା ଦେଇଛନ୍ତି l ବିଜେଡି ଜ଼ିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ଜରିଆରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରେରଣ କରିଥିବା ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଅପରିଣାମଦର୍ଶୀ ଓ ଅସମର୍ଥ ସ୍ଥାନୀୟ ନେତୃତ୍ୱର ପ୍ରତିବାଦରେ ସେ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି l ସେ କହିଛନ୍ତି ସିନାପାଲି ବ୍ଲକର ପ୍ରଥମେ ଛାତ୍ର ସଭାପତି ଏବଂ ବ୍ଲକ ସଭାପତି ଓ ପରବର୍ତୀ ସମୟରେ ନୂଆପଡା ଜ଼ିଲ୍ଲା ଜୋନ ନo- 14 ଜ଼ିଲ୍ଲା ପରିଷଦ ସଭ୍ୟ ଭାବରେ ବିପୁଳ ଭାବରେ ନିର୍ବାଚିତ ହୋଇ ଦଳର ବିଶ୍ୱାସକୁ ଅତୁଟ ରଖିଥିଲେ l ଲଗାତାର ଦୁଇଥର ଦଳୀୟ ଟିକେଟ ପାଇ ସାଧାରଣ ନିର୍ବାଚନରେ ପରାଜୟର ସାମ୍ମୁଖୀନ ହୋଇ ଦଳକୁ ଲଜ୍ଯl ଆଣି ଦେଇଥିବା ଅଞ୍ଚଳର ଜଣେ ପ୍ରାଥୀ ନିଜର ଆତ୍ମ ସମୀକ୍ଷା ପରବର୍ତୀ ନିଜ ପରାଜୟ ପାଇଁ ତାଙ୍କ ପରି ନିଷ୍ଠାବାନ କର୍ମୀଙ୍କ ଉପରେ ଦୋଷ ଲଦିଥିଲେ ଦଳୀୟ ପାର୍ଥୀଙ୍କୁ ହରାଇବାର ଦୋଷ କପୋଳକଳ୍ପିତ ଅଭିଯୋଗକୁ ସୁଣିଲାପରେ ଏହାର ବିଧିବଦ୍ଧ ତଦନ୍ତ ଓ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଗତ 4 ବର୍ଷ ତଳେ ଦଳର ରାଜ୍ୟ ନେତୃତ୍ଵକୁ ବାରମ୍ବାର କହି ଆସିଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନିଆଗଲା ନାହିଁ କିମ୍ବା ସାରା ରାଜ୍ୟରେ ଦଳର ବିପୁଳ ବିଜୟ ହେଉଥିବାବେଳେ ଖଡ଼ିଆଳ ନିର୍ବାଚନମଣ୍ଡଳୀରେ ଦଳର ଲଗାତାର ପରାଜୟର କାରଣ ଖୋଜାଗଲା ନାହିଁ l ଏହା ଦ୍ୱାରା ଅପପ୍ରଚାର କରୁଥିବା ବ୍ୟକ୍ତି କି ନୁଁହେ ତାହା ସାଧାରଣରେ ସ୍ପଷ୍ଟ ହୋଇପାରିଲା ନାହିଁ ବୋଲି କହିଥିଲେ l ଅପରପକ୍ଷେ ସମ୍ପୃକ୍ତ ଆତ୍ମଘୋଷିତ ନେତା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ନିଜକୁ ପ୍ରାର୍ଥୀ ଭାବରେ ମନକୁ ମନ ଘୋଷଣା କରି ପୋଷ୍ଟର, ବ୍ୟାନର ମାଧ୍ୟମରେ ବିଭିନ୍ନ ଆଳରେ ଶୁଭେଚ୍ଛା ବାର୍ତ୍ତା ଦେବା ଦଳର ଶହ ଶହ ନିଷ୍ଠାପର କର୍ମୀଙ୍କୁ ଆଘାତ ଦେଉଛି l ଏଭଳି ସ୍ଥିତିରେ ଦଳରୁ ଦୁରେଇ ରହିବାକୁ ସମୀଚୀନ ମନେକରି ସମ୍ପୂର୍ଣ ନିଜସ୍ୱ ନିଷ୍ପତି ଅନୁଯାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେ କହଛନ୍ତି l

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ