।। ପାନୀୟ ଜଳ ସମସ୍ୟାରେ ଧଅଁରାଭଟା ଗ୍ରାମବାସୀ,ଖୋଲା ଆକାଶ ତଳେ ଥିବା କୁଣ୍ଡରୁ ପିଉଛନ୍ତି ଦୂଷିତ ପାଣି ।।

Apr 30, 2024 - 18:48
 0  10
।। ପାନୀୟ ଜଳ ସମସ୍ୟାରେ  ଧଅଁରାଭଟା ଗ୍ରାମବାସୀ,ଖୋଲା ଆକାଶ ତଳେ ଥିବା କୁଣ୍ଡରୁ ପିଉଛନ୍ତି ଦୂଷିତ ପାଣି ।।

ଲାଞ୍ଜିଗଡ,:-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତର ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ଧଅଁରାଭଟା ଗାଁ।ବ୍ଲକ କାର୍ଯ୍ୟାଳୟ ଠାରୁ ଏହି ଗାଁ ୩୫ କି:ମି ଦୂରରେ ରହୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪ କି:ମି ଦୂରରେ ରହିଛି।ଏହି ଗାଁରେ ହାରାହରି ୨୫ଟି ପରିବାର ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସ ବାସ କରୁଛନ୍ତି।ଗାଁ ବସତି ହୋଇ ୧୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମାନଙ୍କ ପାଇଁ ସୁଦ୍ଧପାଣି ସାତଶପନ ପାଲଟିଛି ।ଓଡ଼ିଶା ଭଳି ବିକଶିତ ରାଷ୍ଟ୍ରରେ ଏହି ଗାଁ ଲୋକେ ଗାଁ ନିକଟସ୍ଥ ଚାଷ ଜମି ତଟରେ ଏକ କୁଣ୍ଡ କରି ସେହି କୁଣ୍ଡର ପାଣିକୁ ପାନୀୟ ଜଳ ଭାବେ ଶୋଷ ମେଣ୍ଟାଇବା ଅତ୍ୟନ୍ତ ଦୁଃଖଦ ଘଟଣା।ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏହି କୁଣ୍ଡର ପାଣି ଗୁଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟ ଜନ୍ତୁ, କୀଟ ପଟଙ୍ଗ,ଆବର୍ଜନା ବସ୍ତୁ ପଡି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀରରେ ରୋଗ ଘର କରି ରହିଛି।ଗାଁର ଅନ୍ୟ ସମସ୍ୟା ନ କହିଲେ ଭଲ। ଯେଉଁ ଗାଁରେ ୧୦୦ ବର୍ଷ ହେଲା ମହିଳା ମାନେ ଖୋଲା ଆକାଶ ତଳେ ଥିବା ପାଣି କୁଣ୍ଡକୁ ଯାଉଛନ୍ତି ପାନୀୟ ଜଳ ସଂଗ୍ରହ କରିବା ପାଇଁ ସେଠି ପୁଣି ଅନ୍ୟ ସମସ୍ୟା ପ୍ରଶ୍ନ ଉଠିବ କୋଉଠି।ଏହି ଗାଁର ଦୃଶ୍ୟ ଦେଖିଲା ପରେ ସରକାରଙ୍କ ବିକାଶର ନାରା ଦେଉଥିବା ବେଳେ କିଛି ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବିଭିନ୍ନ ଯୋଜନା କାଗଜପତ୍ରରେ ସୀମିତ ହୋଇ କେବଳ ଫାଙ୍କା ନୁହେଁତୋ ବୋଲି ଆପେ ଆପେ ପ୍ରଶ୍ନ ଉଠେ।ବୁନ୍ଦାଏ ସୁଦ୍ଧପାଣି ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ, ବ୍ଳକ ଅଫିସ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାନୀରେ ଅଭିଯୋଗ କରିବା ପରେ ଗତ ବର୍ଷ ବେନଗାଁ ପଞ୍ଚାୟତ ପକ୍ଷରୁ ସେହି ଖୋଲା ଆକାଶ ତଳେ ଥିବା ପାଣି କୁଣ୍ଡକୁ ମରାମତି କରିବା ପାଇଁ ନିଜେ ସରପଞ୍ଚ ପୁରାଣା ମାଝୀ ଦାଇତ୍ଵ ନେଇଥିଲେ।କିନ୍ତୁ ହୋଇଥିବା କାମ ନିମ୍ନ ମାନର ଯୋଗୁଁ ତାହା ମଧ୍ୟ ଭୁଶୁଡି ଯାଉଥିବା ଦେଖିବାକୁ ମିଳୁଛି।ଏନେଇ ବ୍ଳକ ଜଳ ଯୋଗାଣ ଦାଇତ୍ଵରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀ କହିବା ଅନୁସାରେ ଗାଁ ଯିବା ରାସ୍ତାରେ ଏକ ବଡ ଘାଟି ପଡିବା ଯୋଗୁଁ ଗାଁକୁ ନଳକୂପ ଖୋଲିବା ପାଇଁ ଗାଡି ଯାଇ ପାରୁନାହିଁ।ତେଣୁ ଗାଁରେ ପାନିୟ ଜଳ ସମସ୍ୟା ଲାଗି ରହିଛି।ଅନ୍ୟ ପଟେ ଗ୍ରାମବାସୀ କହିବା ଅନୁଯାୟୀ ଆମେ ଅନ୍ୟ ରାସ୍ତା ଦେଇ ଗାଁକୁ ନଳକୂପ ଗାଡି ଆଣିବୁ ବୋଲି ବାରମ୍ବାର କହିଲେ ମଧ୍ୟ ଦାଇତ୍ଵରେ ଥିବା ଯନ୍ତ୍ରୀ ଓ ପ୍ରଶାସନ ଅଧିକାରୀ ମାନେ ଆମ କଥା ଶୁଣୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଲାଞ୍ଜିଗଡ଼ ବ୍ଳକରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ଶଶାଙ୍କ ପାତ୍ର ତୁରନ୍ତ ଦୃଷ୍ଟି ଦେବାକୁ ଧଅଁରାଭଟା ଗ୍ରାମବାସୀ ଜାନୀ ମାଝୀ, ଲାକଚା ମାଝୀ, ଶିବ ମାଝୀ, ସେତାରା ମାଝୀ, କୁମାରା ମାଝୀ, ବୁଲୁ ମାଝୀ, ଲାଞ୍ଜି ମାଝୀ, କମଳି ମାଝୀ, ବେଡି ମାଝୀ, ଘାସନୀ ମାଝୀ, ସୀତା ମାଝୀ, ଚାପୁରୀ ମାଝୀ ଅନୁରୋଧ କରିଛନ୍ତି।

ଲାଞ୍ଜିଗଡ ବ୍ଲକ ରୁ ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ