।। ପାତ୍ରଗୁଡା ପଞ୍ଚାୟତ ର ଜିଆର୍ ଏସ୍ ଙ୍କ ବିରୁଦ୍ଧରେ ଆସିଲା ସାଙ୍ଘାତିକ ଅଭିଯୋଗ,ଆଇନ ଓ ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରିଙ୍କ ଅଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚାଲିଛି ହରି ଲୁଟ ।।
ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ଓ ଜଣେ ୨୨ ବର୍ଷରୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବିଜୁ ସ୍ଵାସ୍ତ୍ୟ ବୀମା ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇନଥିବା ଘଟଣାଟି ବର୍ତମାନ ସମଗ୍ର ରାୟଗଡା ଜିଲ୍ଲା ରେ ଏକ ବିସ୍ମୟ ସୃଷ୍ଟି କରିଛି। ଏହିଭଳି ଏକ ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ସହଦେଵ ପ୍ରାସାକା ( ୫୩ ) ତାଙ୍କୁ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲ ଠାରେ ତାଙ୍କ କିଡ଼ନୀର ସଫଳ ଅସ୍ତ୍ରପ୍ରଚାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନା ମାଧ୍ୟମରେ ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିତ୍ର ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସରକାରଙ୍କ ଉପଲବ୍ଧ ଦର୍ଶାଇ ସହଦେଵଙ୍କ ଫୋଟକୁ ଵିଜ୍ଞାପନ ମାଧ୍ୟମରେ ସ୍ଥାନ ଦେଇ ପ୍ରଥମେ ମୁନିଗୁଡା ବ୍ଲକ ରେ ଘରେ ଘରେ ପ୍ରଚାର କରାଯାଇଛି। ମୁଖ୍ୟ ବିଷୟ ହେଲା ! ସହଦେଵ ଜୀବନରେ କେବେ ଭୁବନେଶ୍ୱର ଯାଇନାହାନ୍ତି କିମ୍ବା ସୋମ ହସ୍ପିଟାଲ ନାମ କେବେ ଶୁଣିବାକୁ କେଉଁଠି ପାଇନାହାନ୍ତି ରାଜଧାନୀ କିମ୍ବା ସୋମ ହସ୍ପିଟାଲ ବିଷୟରେ ସମ୍ପୂର୍ଣ ଅଣଭିଜ୍ଞ ତାହା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଏହି ଘଟଣାକୁ ବ୍ୟକ୍ତି ଜଣକ ଏବଂ ଗ୍ରାମ ବାସୀ ଜାଣି ପାରିଲେ ଯେ' ତାଙ୍କ ନାମରେ ଅପପ୍ରଚାର କରାଯାଇଛି, ଯେଉଁଥିପାଇଁ ସେ ମାନସିକ ଅପଦସ୍ତ ହେବା ସହ କ୍ଷବ୍ଧ ପ୍ରକାଶ କରିଛନ୍ତି। ବହୁତ ଦୁଃଖର ବିଷୟହେଲା ଏହି ଗ୍ରାମରେ ଉମେଶ କୁଲେସିକା ନାମକ ଯେଣେ ରୋଗୀ ପ୍ରାୟ ୨୨ବର୍ଷ ବିତିଗଲାଣି ସେ ରୋଗ ରେ ଆକ୍ରାନ୍ତ ହୋଇ ସରକାରୀ ସହାୟତା ପାଇଁ ବାରୋ ଦ୍ୱାରସ୍ତ ହେଇଛନ୍ତି। କିନ୍ତୁ ତାଙ୍କୁ ଏହି ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ କିମ୍ବା ସରକାରୀ ସହାୟତାରେ ସୁଯୋଗ ଦିଆଯାଇନାହିଁ। ଏଭଳି ଘଟଣାକୁ ସମଗ୍ର ଜିଲ୍ଲା ରେ ପ୍ରଶ୍ନବାଚି ହୋଇଛି ଯେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାଙ୍କୁ ମାନ୍ୟବର ରାଜ୍ୟ ଆଇନ ତଥା ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନାଥ ସାର୍କାଙ୍କ ଅଞ୍ଚଳ ଏହା ତାଙ୍କ ରାଜନୌତିକ ଗଡ଼ କହିଲେ ଉତ୍ୟକ୍ତି ହେବ ନାହିଁ କିନ୍ତୁ ଏହି ବ୍ଲକ ରେ ବ୍ଲକ ପ୍ରଶାସନର ଛତ୍ର ଛାୟା ତଳେ ସରକାରୀ କର୍ମଚାରୀ ଜଣେ କେଉଁ ଉଦେଶ୍ୟରେ କିମ୍ବା ରାଜ୍ୟସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଅର୍ଥକୁ ବେଇମାନି ଭାବେ ଦୁର୍ନୀତି କରୁଛନ୍ତି ବା ଅର୍ଥର ହରିଲୁଟ କରିବାର ପନ୍ଥା ଅବଲମ୍ବନ କରିଛନ୍ତି କି ବୋଲି ନିନ୍ଦା କରାଯାଇଛି। ଏହି ଖବର ପ୍ରଚାରିତ ହେଲା ପରଠାରୁ ଅଦ୍ୟାବଧି ସମ୍ପର୍କୀୟ ଲୋକ ମାନେ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ ବସ୍ତା ଠିକ୍ ଅଛି କି ନାହିଁ ବୋଲି ଖବର ବୁଝିବାକୁ ଯୋଗାଯୋଗ କରୁ ଥିବା ବେଳେ ତାହାର ଉତ୍ତର ଦେଇ ଦେଇ ଆମରି ମାନ ସନ୍ ମ୍ମାନ ହାନି ହେବାସହ ନିଜକୁ ଲଜ୍ଜିତ ମନେ ହେଉଛି ବୋଲି ଅଭିଯୋଗ ହେଉଛି। ଏଣୁ ସମ୍ପୃକ୍ତ ବ୍ୟକ୍ତି ପାତ୍ରଗୁଡା ପଞ୍ଚାୟତ ର (ଜି ଆର୍ ଏସ୍ ଗଣେଶ ପୂଜାରୀ) ନାମକ ଙ୍କ ,ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି,ଯଥାଶୀଘ୍ର ତାକୁ ନିଲମ୍ବନ କରିବା ସହ ଆଇନ୍ ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହଦେବ ପ୍ରାସ୍କା ,ଓ ଉମେଶ୍ କୁଲେସିକା,ଙ୍କସହ ପାତ୍ରଗୁଡା ଅଞ୍ଚଳ ବାସୀ ଙ୍କ ତରଫରୁ ଦାବି ହେଉଛି।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0