ପାଣି ପଂଚାୟତ ସଚେତନତା ରଥର ଶୁଭାରମ୍ଭ ଜଳର ସୁଷମ ବଣ୍ଟନ ହେଲେ ଉତ୍ପାଦନ ବୃଦ୍ଧିସହ ଆର୍ଥିକ ବିକାଶ ସମ୍ଭବ

Jan 6, 2026 - 20:20
 0  7
ପାଣି ପଂଚାୟତ ସଚେତନତା ରଥର ଶୁଭାରମ୍ଭ ଜଳର ସୁଷମ ବଣ୍ଟନ ହେଲେ ଉତ୍ପାଦନ ବୃଦ୍ଧିସହ ଆର୍ଥିକ ବିକାଶ ସମ୍ଭବ

ବାରିପଦା ତା ୦୬/୦୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଚାଷୀ ମାନଙ୍କୁ ସଂଗଠିତ କରି ପାଣି ପଂଚାୟତ ମାଧ୍ୟମରେ ଜଳ ପରିଚାଳନା, ଭାଗିଦାରୀ ଜଳସେଚନ ପରିଚାଳନା ଓ ତୃଣ ମୂଳ ସ୍ତରରେ ସମାନତା ପ୍ରଦାନକୁ ସୁନିଶ୍ଚିତ କରିବାର ଗୁରୁତ୍ୱକୁ ସ୍ୱୀକାର କରାଯାଇ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯାଉଛି. ଏହି ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ଜିଲ୍ଲା ଜଳସେଚନ ବିଭାଗ ତରଫରୁ ଏକ ପାଣି ପଂଚାୟତ ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଳାପାଳ ହେମକାନ୍ତ ସୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଜଳର ସୁଷମ ବଣ୍ଟନ ପାଇଁ ଚାଷୀମାନେ ସଚେତନତାର ସହ କାର୍ଯ୍ୟକଲେ ଉତ୍ପାଦନ ବୃଦ୍ଧିସହ ଆର୍ଥିକ ବିକାଶ ସମ୍ଭବ ହେବ ବୋଲି କହିଥିଲେ. ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହେବା ପରେ ଜାନୁଆରୀ ୧୩ ତାରିଖ ଦିନ ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବରେ ସାମିଲ ହେବ.ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଜଳସେଚନ ବିଭାଜନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁବ୍ରତ କୁମାର ଦାଶ, ଅଧିକ୍ଷଣ ଯନ୍ତ୍ରୀ ପରମେଶ୍ୱର ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ଏସଡିଆଇପିଆରଓ ଶିଶିର କୁମାର ମୁଣ୍ଡୁୟା ପ୍ରମୁଖ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ