ପାଠାଗାର ରେ ଭାଗବତ ଚର୍ଚା

Mar 30, 2025 - 17:22
 0  88
ପାଠାଗାର ରେ ଭାଗବତ ଚର୍ଚା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୩୦/୦୩/୨୦୨୫ ରିଖ: ନବରଙ୍ଗପୁର ମଧ୍ୟ ଭାଗରେ ଥିବା ସର୍ବ ପୁରାତନ ପାଠାଗାର ରେ ମାସିକ ଆଲୋଚନା ଚକ୍ର ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ବର୍ଷୀୟାନ କବି ଓ ପ୍ରାବନ୍ଧିକ ନାରାୟଣ ପଣ୍ଡା ଙ୍କ ପୌରହିତ୍ୟ ରେ ଡଃ ରାଧାନାଥ ବେହେରା ମୁଖ୍ୟ ବକ୍ତା ରୂପରେ ଯୋଗଦାନ କରି ପୁରାତନ ଭାରତରେ ନାରୀ ଙ୍କ ଭୂମିକା ଉପରେ ଆଲୋକପାତ କରିବାକୁ ଯାଇ ସ୍ତ୍ରୀ ହେଉଛି ବିଷ ଓ ପୀୟୂଷ ବୋଲି କହିଥିଲେ ! ଜଣେ ନାରୀ କୁ ପୁରୁଷ ପ୍ରଶଂସା କରୁଥିବା ବେଳେ ଅନ୍ୟ ଜଣେ ନାରୀ ହିଁ ନାରୀ ର ଶାତୃତ୍ରା କରିଥାଏ ଏବଂ ନାରୀ ହିଁ ପୁରୁଷ କୁ ଜନ୍ମ ଦିଏ ବୋଲି କହିଥିଲେ ! ଅନ୍ୟତମ ବକ୍ତା ଭାବରେ ସୁଦୂର ଉମରକୋଟ ରୁ ବରିଷ୍ଟ ପ୍ରବଚନ ,କବି ନାରାୟଣ ବାରିକ ଯୋଗ ଦେଇ ଓଡ଼ିଆ ଭାଗବତ ସଂସାର ପାଇଁ କେତେ ଉପଯୋଗୀ ତାହା ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରିଥିଲେ ! ଭାଗବତ ଓ ଗୀତା ରେ ଥିବା ଗଭୀର ଜ୍ଞାନ ହିଁ ମଣିଷ କୁ ଶୃଙ୍ଖଳିତ କରିଥାଏ ଏବଂ ପୃଥିବୀ ପୃଷ୍ଠ ରେ ବଢ଼ୁ ଥିବା ହିଂସା ,କ୍ରୋଧ, ଅମଣିଷ ପଣିଆ,ନାରୀ ପ୍ରତି ଅସମ୍ମାନ କୁ ରୋକି ପାରିବ ବୋଲି କହିଥିଲେ ! ଜଗନ୍ନାଥ ସଂସ୍କୃତି ଓଡ଼ିଶା କୁ ଆଦର୍ଶ ,ପୁଣ୍ୟ,ଦୟା ଧର୍ମ ଏବଂ ସଂସ୍କାର ସଂସ୍କୃତି ରାଷ୍ଟ୍ର ଭାବରେ ଗଢି ତୋଲିଛି ବୋଲି ଅନ୍ୟତମ ବକ୍ତା ବିଶିଷ୍ଟ ଭାଗବତ ଗାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ନିଜ ବକ୍ତବ୍ୟ ରେ ରଖିଥିଲେ ! ପ୍ରାରମ୍ଭିକ ସଙ୍ଗୀତ ନିଜସ୍ଵ ରଚନା ରେ ଜଗନ୍ନାଥ ଙ୍କ ଭଜନ କୁ ପ୍ରଫୁଲ୍ଲ ପୁହାଣ ଗାନ କରିଥିଲେ ! ନାଟ୍ୟକାର ଜଗନ୍ନାଥ ବେହେରା ଏବଂ ପି ରବିକାନ୍ତ ରଘୁରାମ ଙ୍କ ଶବ୍ଦ ସଂଯୋଜନା ରେ ସୁନ୍ଦର ମନୋଜ୍ଞ କବିତା ପାଠ ଉତ୍ସବ ରେ କବି ରଘୁନାଥ ରଥ,ପବିତ୍ର ଦତ୍ତ, ବିଭୁଦତ୍ତ ସେଠୀ,ଆରତୀ ବିଷୋୟୀ ,ଜୟଦେବ ଗଣ୍ଡ,ସର୍ବେଶ୍ଵର ତ୍ରିପାଠୀ, ପ୍ରମୁଖ ଗୀତ କବିତା ସହିତ ଗଦ୍ୟ କବିତାକୁ ଆବୃତ୍ତି କରିଥିଲେ ! ଭାଗବତ ପ୍ରେମୀ ତଥା ସାହିତ୍ୟିକ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ କୁମୁଦ ପଟ୍ଟନାୟକ ,ବୈଦେହି ପଣ୍ଡା , ସଂଯୁକ୍ତା ପଣ୍ଡା ,ଦୂରଦର୍ଶନ ସାମ୍ବାଦିକା ପ୍ରଭାତୀ ବିଷୋୟୀ,ନିରଞ୍ଜନ ମିଶ୍ର , ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ, ହାସ୍ୟ କବି ତଥା ସୁବକ୍ତା ବିଜୟ ଚୌଧୁରୀ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭ୍ୟା ଜେମାମଣି ବିଷୋୟୀ, ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି , କଳା ଶିକ୍ଷକ ପର୍ଶୁରାମ ସାହୁ,ରଘୁନାଥ ପାତ୍ର,କୃଷ୍ଣ ଦାସ, ଯୁବ କବି ଦେବି ପ୍ରସାଦ ତ୍ରିପାଠୀ ,ଟେଲି ଫିଲ୍ମ୍ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ , ପ୍ରାଧ୍ୟାପକ ରଘୁନାଥ ଶତପଥୀ,ରାଜେନ୍ଦ୍ର ପାଳ ସମେତ ଅନେକ ବରିଷ୍ଟ ,ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ !ଶେଷରେ ନାଟ୍ୟକାର ଜଗନ୍ନାଥ ବେହେରା ଧନ୍ୟବାଦ୍ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ! ମନ୍ଦିର ରେ ସମସ୍ତଙ୍କ ନିମନ୍ତେ ସ୍ଵାଦିଷ୍ଟ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ