।। ପାଚିକା ଓ ସହାୟିକା ମାନଙ୍କୁ ୨୬ ହଜାର ଟଙ୍କାକର ନଚେତଗାଦି ଛାଡ ।।

Oct 16, 2024 - 17:37
 0  7
।। ପାଚିକା ଓ ସହାୟିକା ମାନଙ୍କୁ ୨୬ ହଜାର ଟଙ୍କାକର ନଚେତଗାଦି ଛାଡ ।।

ରାୟଗଡ଼ା ଜିଲ୍ଲା ଗୁଣପୁର ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ (Med Day meal Workers) AICCTU ତରଫରୁ ଗୁଣପୁର ଅନ୍ତର୍ଗତ ଡାକବଙ୍ଗଳା ଠାରେ ବ୍ଲକ ସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦକ୍ଷୀଣ ଓଡିଶା ର ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଶ୍ରମିକ ଜନ ବିରୋଧି ନିତି ବିରୁଦ୍ଧରେ ନଭେମ୍ବର ମାସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ ଆନ୍ଦୋଳନ କରିବା ପାଇଁ ଉଦ୍ଧବୋଧନ ଦେଇଥିଲେ। 1 - ପାଚିକା ଓ ସହାୟିକା ମାନକୁଂ ସରକାରି ମାନ୍ୟତା. ଓ ମାସିକ 26 ହଜାର ଟଙ୍କା ପ୍ରଦାନ କରାଯାଉ। 2 - ସ୍କୁଲ ବଦଂ, ସ୍କୁଲ ମିଶ୍ରଣ ଫଳରେ ବାଦପଡିଥିବା ସମସ୍ତ ପାଚିକା କୁଂ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଦିଆଯାଇ। 3 - କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବରଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରାଯାଉ । 4 - ନୁତନ ଶିକ୍ଷା ନିତି 2020 ବାତିଲ କରାଯାଉ। 5 - ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ । 6 - ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉ । 7 - ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର ପ୍ରଦାନ କରାଯାଉ । 8 - ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ । 9 - ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ, 10 - ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରାଯାଉ । 11 - ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ । 12 - ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ,, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରାଯାଉ । 13 - ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମି ରିଶ୍ରମିକ ପ୍ରଦାନ କରାଯାଉ । 14 - ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରାଯାଉ । 15 - ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଉ । ସେନେଇ ଆଜି ଗୁଣପୁର ଠାରେ ଏକ ବିଶାଳ ସଭା ଯାତ୍ରା କରି ଗଣଧାରଣା କରିଥିବା ଦେଖିବାକୁ ମିଳିଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ