ପସରା ବିଦ୍ୟାଳୟ ରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

Nov 27, 2025 - 06:18
 0  29
ପସରା ବିଦ୍ୟାଳୟ ରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

କନ୍ଧମାଳ/ଚକାପାଦ: ୨୭/୦୨୫(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଚକାପାଦ ବ୍ଲକ ପସରା ଠାରେ ଥିବା ବିବେକାନନ୍ଦ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପସରା ପଞ୍ଚାୟତ ତଥା ସାଂସଦ ପ୍ରତିନିଧି ସୁମନ୍ତ କୁମାର ମଲ୍ଲିକ ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ଚକାପାଦ ବ୍ଲକ ବିଇଓ ରଞ୍ଜନ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୈନେତ୍ରି କହଁର, ବକ୍ତା ଭାବେ ଏବିଇଓ ବୁଲୁଦେଶୀ ନାୟକ, ସମ୍ମାନୀତ ଅତିଥି ଏବିଇଓ ଗୁରୁଜିଲାଲ ପ୍ରଧାନ , ବିଜ୍ଞାନ ଶିକ୍ଷକ ସୁମିତ୍ କୁମାର ତ୍ରିପାଠୀ,ପ୍ରଧାନ ଶିକ୍ଷକ ଦିତିକୃଷ୍ଣ ମାଝୀ, ଶିକ୍ଷକ ଜଗଦୀଶ ପ୍ରସାଦ ନାୟକ ଯୋଗଦେଥିଲେ । ଏଥିରେ ବ୍ଲକ ର ୫୮ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୯୦ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ କେରେଡି ଉନ୍ନୀତ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅମିତ କୁମାର ତ୍ରିପାଠୀ, ପାବୁରିଆ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ର ମହେନ୍ଦ୍ର କୁମାର ସାମଲ ଉପସ୍ଥିତ ରହିଥିଲେ। ଏଥିରେ ଜିଲ୍ଲା ସ୍ତରକୁ ଆୟୁଷ କୁମାର ମଲ୍ଲିକ, ଆଦିତ୍ୟ ପ୍ରଧାନ , ତ୍ରୟ ତୁଶନି, ପ୍ରିୟଙ୍କା ପ୍ରଧାନ ,ଲକ୍ଷ୍ମୀପ୍ରିୟା ସାହୁ, ଜଗନ୍ନାଥ ସାହୁ, ବିଷ୍ଟ୍ନୁ ଚରଣ ବଗର୍ତ୍ତୀ,ମନୋନୀତ ହୋଇଛନ୍ତି। କାର୍ଯକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଜେନା ଓ ଖେଳ ଶିକ୍ଷକ ପ୍ରଭାତ କୁମାର ରଥ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ