ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଯଦୁମଣି ପାଣିଗ୍ରାହୀ ଙ୍କ ଦାବିପତ୍ର

Aug 30, 2024 - 20:35
 0  16
ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଯଦୁମଣି ପାଣିଗ୍ରାହୀ ଙ୍କ ଦାବିପତ୍ର

ନୂଆପଡା ୩୦/୦୮/୨୦୨୪ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ପ୍ରତନିଧି ମଣ୍ଡଳୀ ମାନ୍ୟବର ସାଂସଦ ବରଗଡ଼ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓ ରାଜ୍ୟ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀ ଦତ୍ତ ବିଶ୍ଵାଳ ଙ୍କ ସହିତ ଏକ ଚଉଦ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ତୋଳାଳୀ, ବନ୍ଧାଳୀ ସିଜିନାଲ ଷ୍ଟାଫ୍ ଙ୍କୁ ବୋନସ ଓ ଇନସେନଟିଭ ପ୍ରଦାନ, ସିଯିନାଲ ଷ୍ଟାଫ୍ ଙ୍କୁ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, କେନ୍ଦୁ ପତ୍ର ଦର ବୃଦ୍ଧି କରି କେରୀ ପିଛା ଦୁଇ ଟଙ୍କା ଲାଗୁ କରିବା,୧୯୯୩ ପରବର୍ତ୍ତୀ ନିଯୁକ୍ତି ପ୍ରାପ୍ତ ୱାଚର୍ ମାନଙ୍କ ସ୍ଥାୟୀ ନିଯୁକ୍ତି, ବନ୍ଧେଇ ମେଟ ତଥା କୁଲି ଙ୍କ ମଜୁରୀ ବୃଦ୍ଧି, ସର୍ବ ନିମ୍ନ ମଜୁରୀ ବୃଦ୍ଧି କୁ ଧ୍ୟାନ ରେ ରଖି ଶିଜିନାଲ୍ ଷ୍ଟାଫ ଙ୍କ ଦରମା ବୃଦ୍ଧି, ସମସ୍ତ ହେଡ୍ ଚେକର୍ ଙ୍କ ସ୍ଥାୟୀ ନିଯୁକ୍ତି, ଖରିଆର୍ ଡିଭିଜନ କୁ ସମ୍ପୂର୍ଣ୍ଣ ପ୍ରୋସେସ ଡ଼ିଭିଜନ କରିବା, ପଂଚାୟତ କୁ ହସ୍ତାନ୍ତର ନାମରେ କେନ୍ଦୁପତ୍ର ସଂସ୍ଥା ର ଘରୋଇକରଣ ଷଡ଼ଯନ୍ତ୍ର ବନ୍ଦ କରିବା, ସିଜିନାଲ ଷ୍ଟାଫ ଙ୍କ ଅବସର ସମୟ ସୀମା ୬୨ ବର୍ଷ ପରିବର୍ତ୍ତେ ୬୫ବର୍ଷ କରିବା, କଚ୍ଚା ଫଡ଼ି ଘର ସବୁ ପକ୍କା ଓ ସ୍ଥାୟୀ କରିବା, ବଲାଙ୍ଗୀର ସର୍କଲ ରେ ପ୍ରତ୍ୟେକ ସେକ୍ସନ ରେ ସର୍କଲ ଚେକର ନିଯୁକ୍ତି ଦେବା, ଓଡ଼ିଶା ର ଖାଲି ଥିବା ୨୫ ଟି ରେଞ୍ଜରେ ହେଦ୍ ଚେକର ପଦବୀ ସୃଷ୍ଟି କରି ନିଯୁକ୍ତି ଦେବା, ଇତ୍ୟାଦି ଦାବୀ ଉପରେ ଆଲୋଚନା ହୋଇଥିଲା। ଅନେକ ଦାବୀ ବଜେଟ୍ ଉପରେ ତଥା ଆସନ୍ତା ସିଜିନ ରେ ବିଚାର କୁ ନିଆଜିବ ବୋଲି ମୁଖ୍ୟ ବନ ସଂରକ୍ଷକ ପ୍ରକାଶ କରି ଥିଲେ।ଆମେ ଆପଣ ଙ୍କ ସମସ୍ତ ଯଥାର୍ଥ ଦାବୀ ବିଚାର କୁ ନେଇ ନିଶୟ ପୂରଣ ପାଇଁ ଚେଷ୍ଟା କରାଯିବ ବୋଲି ମୁଖ୍ୟ ବନ ସଂରକ୍ଷକ ଶ୍ରୀ ବିଶ୍ଵାଳ ପ୍ରତିଶ୍ରୁତି ବ୍ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ କୋକିଳ ସାହୁ, ଦୀପକ ଭୋଇ, ସୁରେଶ ପଣ୍ଡା, ରଙ୍କମଣୀ ହୋତା, ବିନୋଦ ଜେନା, ପ୍ରସନ୍ନ ସାହାଣୀ, ଭାର୍ତ୍ତିକନାଗ, କାଶୀ ରାମ ରାଉତ, ଦୋରେଶ୍ୱର୍ ପଟେଲ, ସୁରେସ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ