ପଲିଥିନ ଓ ପ୍ଲାଷ୍ଟିକ ର ଏକକ ବ୍ୟବହାର ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Mar 27, 2025 - 20:49
 0  22
ପଲିଥିନ ଓ ପ୍ଲାଷ୍ଟିକ ର ଏକକ ବ୍ୟବହାର ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଦିନ ପଂଚାୟତ ସରକାରୀ ଉଚ୍ଚାବିଦ୍ୟାଳୟ, ବୁଦ୍ଧିକୋମନା ର 8ୟୁଥ ଆଣ୍ଡ ଇକୋ କ୍ଲବ, J.R.C, ତଥା ସ୍କାଉଟ ଗାଇଡ଼ ଙ୍କ ମିଳିତ ଉଦ୍ୟମରେ ନିକଟସ୍ଥ କଣ୍ଡେତରା ସପ୍ତାହିକ ବଜାରରେ "ପଲିଥିନ ଓ ପ୍ଲାଷ୍ଟିକ ର ଏକକ ବ୍ୟବହାର ବର୍ଜନ " ଉପରେ ଏକ ଶୋଭା ଯାତ୍ରା କଣ୍ଡେତାର ଗ୍ରାମ ଭ୍ରମଣ ସହିତ ବଜାର ପ୍ରାଙ୍ଗଣରେ ଏକ ସଚେତନତା ସଭା କରା ଯାଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ପଲିଥିନ ବ୍ୟବହାର ରୋକିବା ପାଇଁ ଛାତ୍ରଛାତ୍ରୀ ମାନେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୋକାନୀ ଓ ଗ୍ରାହକ ମାନଂକୁ ବୁଝାଇ ଥିଲେ. ପ୍ରଧାନ ଶିକ୍ଷକ ଶଶୀ ପାତ୍ର ମହୋଦୟ ପ୍ଲାଷ୍ଟିକ, ପଲିଥିନ କିପ୍ରକାରଭାବେ ଆମ ପରିବେଶକୁ ଏବଂ ଜନଜୀବନକୁ କ୍ଷତି କରିବାରେ ଅବିରତ ବଢ଼ି ଚାଲିଛି ଏବଂ ଆମ ଭବିଷ୍ୟତ କିପରି ବିପଦାଭିମୁଖୀ ହେଉଛି ତାଉପରେ ଆଲୋକପତ କରିଥିଲେ. ଶିକ୍ଷକ ସୀତାରାମ ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଏହିକାର୍ଯ୍ୟକ୍ରମ ରେ ଵେବଶିଷ ଆଚାର୍ଯ୍ୟ, ବିପ୍ଲବ ବାଗ, ଶୁକଦେବ ବରିହା, ୟୋଗୀତା ଶବର, ଟିକେଶ୍ୱର ସାହୁ, ଚିତ୍ତମନ ନାଏକ, ଭଗବତୀ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ