ପରିବା ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ

Nov 23, 2025 - 06:46
 0  96
ପରିବା ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ

ଦାରିଙ୍ଗବାଡି, ୨୩।୧୧ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଯାଉଥିବା ଏକ ପରିବା ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ୨ ହେଲେ ମଧ୍ୟପ୍ରଦେଶର ମୁଲତେଇସେ ଅଞ୍ଚଳର ଗାଡି ଚାଳକ ଆକାଶ କୁମ୍ରେ ଏବଂ ନନ୍ଦୁ। ଶୁକ୍ରବାର ସେମାନଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ନେବାକୁ ପରାମର୍ଶ କରିଛନ୍ତି। ଅନ୍ୟ ଜଣେ ଆହତ ବ୍ୟକ୍ତି ସେହି ଅଞ୍ଚଳର ମନୋଜ ଟାଇବେଲ ବୋଲି ଜଣାପଡିଛି। ମନୋଜ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମନୋଜଙ୍କ ଦୁର୍ଘଟଣା ନେଇ କହିଛନ୍ତି ଯେ, ସେମାନେ ଏକ ଟ୍ରକ (ନଂ-ଏମ୍‌ଏଚ୍‌ ୪୦ ଡିସି ୨୧୭୦)ରେ ବନ୍ଧା କୋବି ନେଇ ମଧ୍ୟପ୍ରଦେଶରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବାହାରିଥିଲେ। ତେବେ ଗୁଗୁଲ୍‌ ଦେଖି ଆସୁଥିବାରୁ ବାଟବଣା ହୋଇଥିଲେ। ଭୁଲ ରାସ୍ତାରେ ସେମାନେ କନ୍ଧମାଳ ଜିଲା ବାଲିଗୁଡା ଦେଇ ଦାରିଙ୍ଗବାଡି ୫୯ ନଂ ଜାତୀୟରାଜପଥରେ ଗାଜଲବାଡି ଘାଟି ଗଡିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା। ସେହି ରାଜପଥ ରେ ଯାତାୟାତ କରୁଥିବା ଅନ୍ୟ ଯାତ୍ରୀମାନେ ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ସ୍କାଏ ଆଲୁଅ ସହ ଆବଶ୍ୟକ ଯନ୍ତ୍ରପାତି ନେଇ ଆହତମାନଙ୍କୁ ଟ୍ରକରୁ ଉଦ୍ଧାର କରି ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ