ପଟାଙ୍ଗି ସେରୁବନ୍ଧରେ ଗ୍ରାମସଭାକୁ ବିରୋଧ, କମ୍ପାନୀ କର୍ମଚାରୀଙ୍କୁ ‘ଗୋ ବ୍ୟାକ’ କହି ଭଗାଇଲେ ଗ୍ରାମବାସୀ
କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ ସେରୁବନ୍ଧ ଗ୍ରାମରେ ଆଜି ଖଣି ଖନନକୁ ନେଇ ଗ୍ରାମସଭା ଆୟୋଜିତ ହୋଇଥିଲା। ଏହି ଗ୍ରାମସଭାକୁ ସେରୁବନ୍ଧ ସୁରକ୍ଷା ସମିତି ସଂଘ ପକ୍ଷରୁ କଟୁ ବିରୋଧ କରାଯାଇଛି।ଗ୍ରାମସଭାରେ ଯୋଗ ଦେବାକୁ ଆସିଥିବା ଖଣି କମ୍ପାନୀର କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ପୋଲିସର ଉପସ୍ଥିତିରେ ‘ଗୋ ବ୍ୟାକ’ ନାରା ଦେଇ ଗ୍ରାମରୁ ଭଗାଇ ଦେଇଥିଲେ। ଖଣି ଖନନ ଦ୍ୱାରା ପରିବେଶ ଓ ଜୀବିକା ପ୍ରଭାବିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଘଟଣାକୁ ନେଇ ଅଞ୍ଚଳରେ ତଣାଵ ମହଲ ସୃଷ୍ଟି ହୋଇଛି।
କୋରାପୁଟ ଜିଲ୍ଲା ରୁପ ଖରାଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0