ପଟାଙ୍ଗପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷ୍ୟକ ଙ୍କ ଅବହେଳା ହେତୁ ଛାତ୍ର ଛାତ୍ରୀ ଙ୍କ ଆସନ୍ତୋଷ

Feb 19, 2025 - 03:32
 0  203
ପଟାଙ୍ଗପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷ୍ୟକ ଙ୍କ ଅବହେଳା ହେତୁ ଛାତ୍ର ଛାତ୍ରୀ ଙ୍କ ଆସନ୍ତୋଷ

ଲାଞ୍ଜିଗଡ଼, ୧୮/୨(ସାଗର ବେନାଳ ) କଳାହାଣ୍ଡି ଜିଲ୍ଲା ଆଦିବାସି ଅଧ୍ୟୁଷିତ ଅଂଚଳ ଲାଞ୍ଜିଗଡ଼ ବ୍ଲକ ଲାଖବହାଳି ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗପଦାର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଦିନ ଧରି ଶିକ୍ଷକ ଙ୍କ ଅବହେଳା ଦେଖା ଦେଇଥିବାରୁ ଅଭିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଆସନ୍ତୋଷ ଦେଖା ଦେଇଛି | ପଟ୍ଟାଙ୍ଗପଦର ସ୍କୁଲ ର ପ୍ରଧାନ ଶିକ୍ଷକ ୧୧,୨୦ ରେ ଆସି ବିଦ୍ୟାଳୟ ତାଲା ଖୋଳୁଛନ୍ତି | ସରକାରଙ୍କ ନିର୍ଦ୍ଧେଶ କ୍ରମେ କେହି ଅପାଠୁଆ ରହିବେ ନାହିଁ ବା କେହି ଆଧାରୁ ପାଠ ଛାଡ଼ିବେ ନାହିଁ ସେଥିପାଇଁ ବିଦ୍ୟାଳୟ ପ୍ରତି ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଓ ମାଗଣା ପୋଷାକ ଠାରୁ ଆରମ୍ଭ କରି। ବହି ପତ୍ର, ଖେଳ ସାମଗ୍ରୀ ସମେତ ମଧ୍ୟାନ୍ନ ଭୋଜନରେ ଛଅ ଦିନକୁ ଛଅ ପ୍ରକାରର ରନ୍ଧା ଖାଦ୍ୟର ବ୍ୟବସ୍ତା କରିଛନ୍ତି | ହେଲେ ଏହି ସବୁ ସୁବିଧାରୁ ବଞ୍ଚିତ ହୋଉଛନ୍ତି ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେକ ସ୍କୁଲ ମାନଙ୍କ ରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ କରି ତାଙ୍କ ପାଇଁ ମାସିକ ପାରିଶ୍ରମିକ ଭାବେ ହଜାର ହଜାର ଟଙ୍କା ଦରମା ବ୍ୟବସ୍ଥା ମଧ୍ୟ କରିଛନ୍ତି | ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ମଧ୍ୟ ଗ୍ରାମାଞ୍ଚଳରେ ଶିକ୍ଷ୍ୟା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରୁଛି | ଏହିଭଳି ବିପରୀତ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଲାଖବହାଳି ପଂଚାୟତ ସ୍ଥିତ ପଟ୍ଟାଙ୍ଗପଦାର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ | ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାରାହାରି 35 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ହେଲେ ଦୁଃଖର ବିଷୟ ଦୁଇ ଜଣ ଶିକ୍ଷ୍ୟକ ନିୟୋଜିତ ରହି ମଧ୍ୟ ନିୟମିତ ସ୍କୁଲ କୁ ଆସୁନଥିବା ଅଭିଯୋଗ ଆସିଛି |ମୁଖ୍ୟତଃ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁ ପ୍ରତ୍ୟେକ ଦିନ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷ୍ୟକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି | ଲାଞ୍ଜିଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଙ୍କ ପରବର୍ତୀ ପଦକ୍ଷେପ ଦେଖିବାକୁ ବାକି ରହିଲା |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ