ନ୍ୟାସନାଲ ମହାବିଦ୍ୟାଳୟରେ ନବାଗତ ଛାତ୍ର, ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Nov 4, 2023 - 12:03
 0  19
ନ୍ୟାସନାଲ ମହାବିଦ୍ୟାଳୟରେ ନବାଗତ ଛାତ୍ର, ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନ୍ୟାସନାଲ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ନବାଗତ ବିଦ୍ଯାର୍ଥୀମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ଡ଼କ୍ଟର ପ୍ରମୋଦ କୁମାର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ଯାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁ ମୁଖ୍ୟ ଅତିଥି, ପ୍ରାଧ୍ଯାପକ ଦୁର୍ଲ୍ଲଭ ଚରଣ ବେହେରା, ପ୍ରାଧ୍ଯାପକ ନୃସିଂହ ଚରଣ ସାହୁ, ଅଧ୍ଯାପକ ବୈଦ୍ଯନାଥ ଗଡ଼ତିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଶିକ୍ଷା ମଣିଷର ଚରିତ୍ର ନିର୍ମାଣ କରେ ଏହା ମାଧ୍ୟମରେ ସମାଜ ରେ ପରିବର୍ତ୍ତନ ସମ୍ଭବ ବୋଲି ଅତିଥି ମାନେ ବିଦ୍ଯାର୍ଥୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଛାତ୍ର କ୍ରିଷ୍ଣା କୁମାର ଦେବାଙ୍ଗନ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ରୀ କ୍ଷେମେଶ୍ବରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ବିଭାଗର ବିଦ୍ଯାର୍ଥୀମାନଙ୍କର ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ