ନୋ ହେଲମେଟ ନୋ ପେଟ୍ରୋଲ ଚେକିଂ କଡ଼ାକଡ଼ି ହେବ - ଜିଲ୍ଲାପାଳ

Sep 25, 2025 - 19:31
 0  30
ନୋ ହେଲମେଟ ନୋ ପେଟ୍ରୋଲ ଚେକିଂ କଡ଼ାକଡ଼ି ହେବ - ଜିଲ୍ଲାପାଳ

ନୂଆପଡା ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଆଡିସନାଲ ଏସ୍ ପି ରଣଜିତ୍ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ଚାଲି ଯାଉଥିବା ଅମୂଲ୍ୟ ଜୀବନକୁ ଆମକୁ ରୋକିବାକୁ ପଡ଼ିବ । ଏଥିପାଇଁ ଆମକୁ ସଚେତନ ହେବା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା କୁ ପଡ଼ିବ l ନୂଆପଡା ସହରରେ ବର୍ଷା ରେ ଅନେକ ପଡ଼ା ଏବଂ ଗୃହ ଜଳମଗ୍ନ ହୋଇଥିବାରୁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରି ଏହାର ଶୀଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଗଲା ଯେ ଆଗାମୀ ଦିନରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସହ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲମେଟ ନୋ ପେଟ୍ରୋଲ) ଚେକିଂ କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡ଼ିଓ ତହସିଲଦାର ଓ ଆର୍ ଟି ଓ ତଦାରଖ କରିବେ। ନାବାଳକ ଏବଂ ମଦ୍ୟପ ଗାଡିଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯିବ। ଆର୍ ଟି ଓ, ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଅନେକ ସମୟରେ ମିଳିତ ଭାବରେ ଗାଡ଼ି ଚେକିଙ୍ଗ କରିବେ । ଦୁର୍ଗା ପୂଜା ପୂର୍ବରୁ ସବୁ ନାଳ ନର୍ଦ୍ଦମା ସଫା ହେବା ସହ ସବୁ ପଟ୍ ହୋଲ୍ ମରାମତି ହେବ। ବିଜୁ ଏକ୍ସପ୍ରେସ ୱେ ରେ ଯେଉଁ ଜାଗା ମାନଙ୍କୁ ବେଶି ଦୁର୍ଘଟଣା ହେଉଛି ସେଇଠି ଜନ ସଚେତନତା ସୃଷ୍ଟି କରାଯିବା ସହିତ ସାଇନେଜ୍ ଲଗାଯିବ। ରାସ୍ତା କଡ ସ୍କୁଲ ମାନଙ୍କରେ ପିଲା ମାନଙ୍କୁ ବିଶେଷ ଭାବରେ ସଚେତନ କରାଯିବ । ସମୀକ୍ଷା ରୁ ଜଣାଗଲା ଯେ ୨୦୨୫ ବର୍ଷରେ ସେପ୍ଟେମ୍ବର ପର୍ଯ୍ୟନ୍ତ ୮୪ ଜଣ ମଦ୍ୟପ ଗାଡ଼ି ଚାଳକ ଏବଂ ବିନା ହେଲମେଟ ରେ ଦୁଇଚକିଆ ଯାନ ଚଳାଇବା ପାଇଁ ୩୩୧୨ ଟି ଚାଲାଣ କଟିଛି l କେବଳ ଅଗଷ୍ଟ ମାସରେ ୬୬୪ ଟି ଭି ସି ଆର୍ କଟିଛି ଏଵଂ ୩୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି l ବିଗତ ୯ ମାସରେ ଜିଲ୍ଲାରେ ୧୦୫ ଟି ଦୁର୍ଘଟଣା ରେ ୮୫ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୫୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଜିଲ୍ଲାପାଳ କହିଲେ ଯେ ଜିଲ୍ଲାରେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ । ଏଥିରେ ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀସଂଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବେ l ବିଜୁ ଏକ୍ସପ୍ରେସ ୱେ ଯେଉଁଠାରେ ଦବି ଯାଉଛି ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ ଏବଂ ରାସ୍ତାରେ କ୍ୟାମେରା ଲଗାଇ ଯାନବାହାନ ସ୍ପିଡ ଉପରେ ନଜର ରଖାଯିବ l ସବୁ ସ୍କୁଲ୍ ବସ୍ ବ୍ୟାପକ ଚେକିଙ୍ଗ ହୋଇ ଫିଟ୍ନେସ୍ ପ୍ରମାଣପତ୍ର ପ୍ରଦାନ କରାଯିବ l ଏହାପରେ ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ ଷ୍ଟାଣ୍ଡ ମାନଙ୍କ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ ମାନଙ୍କ ନୂତନ ରୁଟ୍ ଚାର୍ଟ, ନୂଆପଡ଼ା ବସଷ୍ଟାଣ୍ଡ ରେ ଦିନ ଓ ରାତି ରେ ଚାଲୁଥିବା ସମସ୍ତ ବସ୍ ର ବାଧ୍ୟତାମୂଳକ ପ୍ରବେଶ, ଏଠାରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୂତୟନ, ବେସରକାରୀ ବସ୍ ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ବସ୍ ମାନଙ୍କରେ ସର୍ପ୍ରାଇଯ ଚେକିଂ, ଦୋକାନ ଗୃହ ପରିଚାଳନା, କେଣ୍ଟିନ୍ ଆରମ୍ଭ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଡିଓ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଡି ଆର୍ ଏମ୍ ଜଗଦିଶ ପଟ୍ଟନାୟକ, ଏନ୍ ଏଚ୍ ଯନ୍ତ୍ରୀ ସପନ କୁମାର ବେହେରା, ସି ଡି ଭି ଓ ଡଃ ପାର୍ଥ ସାରଥି ଦୋରା , ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା, ଖରିଆରରୋଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ,ଖରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଡି ଟି ଏମ୍ ଆକାଶ ମହାପାତ୍ର, କଦମ୍ ରୁ ଯାଜ୍ଞସେନୀ ମହାପାତ୍ର, ସ୍ଵେଚ୍ଛାସେବୀ ବିଜୟ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ