ନେସନାଲ କଲେଜ ନୂଆପଡ଼ା ରେ 44 ତମ ବାର୍ଷିକ

Jan 17, 2025 - 18:55
 0  9
ନେସନାଲ କଲେଜ ନୂଆପଡ଼ା ରେ 44 ତମ ବାର୍ଷିକ

ଖେଳ କୁଦ ପ୍ରତିଯୋଗିତା ଉଦ୍ ଯାପିତ ନୂଆପଡ଼ା ସଦର ମହକୁମାସ୍ଥିତ ନେସନାଲ କଲେଜ ନୂଆପଡ଼ା ରେ 44 ତମ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା 2024-25 ଉଦ୍ ଯାପିତ ହୋଇ ଯାଇଛି, ନୂଆପଡ଼ା ଜିଲ୍ଲା ADM ( General) ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ରଇତା ଆନୁଷ୍ଠାନିକ ଭାବେ ଉଦଯାପନ କରିଥିଲେ। 1000/1500 ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ମୂଖ୍ୟ ଅତିଥି ଖେଳର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ତାଙ୍କ ପିଲାବେଳ ର ସ୍ମୃତି ଚାରଣ କରିଥିଲେ,ଅତୀତରେ ଖେଳା ପାଇଁ ଭିତ୍ତିଭୂମି ନ ଥିଲା କିନ୍ତୁ ଇଚ୍ଛା ଥିଲା ବର୍ତ୍ତମାନ ଭିତ୍ତିଭୂମି ଅଛି ହେଲେ ଛାତ୍ରଛାତ୍ରୀଙ୍କ ଇଚ୍ଛା ଶକ୍ତି ର ଅଭାବ ଅନୁଭୂତ ହେଉଛି,ସମସ୍ତେ ପାଠ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି,ଖେଳ ଏବଂ ପାଠ ଉଭୟ ଜୀବନର ବିଶେଷ ଅଙ୍ଗ ।ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଙ୍କ ସଵାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ କ୍ରୀଡା ସଂସଦ ର ଉପ ସଵାପତି ନନ୍ଦିନୀ ମଞ୍ଜରୀ ହୋତା ମଞ୍ଚ ପରିଚାଳନା କରିଥିଲେ, ସମସ୍ତ ଅଧ୍ୟାପକ, ଅଧ୍ୟାପିକ,କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ଖେଳ ପରିଚାଳନା ଖେଳ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ କରିଥିଲା ବେଳେ କପିଳ ଦେବ ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ।ଛାତ୍ର ଏବଂ ଅଧ୍ୟାପକ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ଖେଳର ଆୟୋଜନ କରାଯାଇଥିଲା । ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଖୁବ ମଜା କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ