।। ନୂତନ ଓଡ଼ିଶା ନିୟୁଜ ଏବଂ ଟୁଡେ ନ୍ୟୂଜ 24 ଓଡ଼ିଶା ଚେନାଲର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ।।

Dec 13, 2023 - 18:24
 0  11
।। ନୂତନ ଓଡ଼ିଶା ନିୟୁଜ ଏବଂ ଟୁଡେ ନ୍ୟୂଜ 24 ଓଡ଼ିଶା  ଚେନାଲର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ପବିତ୍ର ତ୍ରିବେଣୀ ସଙ୍ଗମ ଜନକଲ୍ୟାଣ ଆଶ୍ରମ ଶ୍ରି ମିନାଝୋଲା ପ୍ରାଙ୍ଗଣ ପଡିଆ ଠାରେ ମହାନ୍ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ନୂତନ ଓଡ଼ିଶା ନିୟୁଜ ଏବଂ ଟୁଡେ ନିୟୁଜ 24 ଓଡ଼ିଶା ଚେନାଲ ପରିବାର ତରଫରୁ ସପ୍ତମ ସ୍ଵନକ୍ଷତ୍ର ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଅତିଥି - ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି , ସମ୍ମାନିତ ଅତିଥି (ବରିଷ୍ଠସାମ୍ବାଦିକ) - ଶ୍ରୀଯୁକ୍ତ ପ୍ରମୋଦ ସାହୁକାର, ଗିତାଗୁରୁ - କରୁଣାକର ପାତ୍ର , ବକ୍ତା- ସ୍ବାମୀ ଯନକାନନ୍ଦ ଗିରୀ , ଅତିଥି - ନୂତନ ଓଡ଼ିଶା ନ୍ୟୂଜ ଏବଂ ଟୁଡେ ନ୍ୟୂଜ୍ 24 ଓଡ଼ିଶା ଚେନାଲ ର ସମ୍ପାଦିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପଣ୍ଡା , ଅତିଥି- ନୂତନ ଓଡ଼ିଶା ନ୍ୟୂଜ ଏବଂ ଟୁଡେ ନ୍ୟୂଜ୍ 24 ଓଡ଼ିଶା ଚେନାଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ହିମାଂଶୁ ପଣ୍ଡା , ସନମାନିତ ଅତିଥି ପୁର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଉଦୟନାଥ ପଣ୍ଡା , ଯୋଗଦେଇ ହର ଗୌରୀ ଫୋଟ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜା ଅର୍ଚ୍ଚନା କରାଯାଇ , ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତି ଚାରଣ,ଶୋକସଭା,ଚେନାଲ ଦ୍ବୋୟର କାର୍ଯ୍ୟକ୍ରମ ସମ୍ପର୍କରେ ପଠନ, ଅତିଥି ମାନଙ୍କ ଦ୍ଵାରା ଅଭିଭାଷଣ, ସ୍ବେଛାସେବୀ, ସାମ୍ବାଦିକ ଏବଂ ସହଯୋଗୀ ସଂକିର୍ତନ ମଣ୍ଡଳୀକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚେନାଲ ଦ୍ବୋୟ ପରିବାରର ସମସ୍ତ ସଦସ୍ୟ,ଅଞ୍ଚଳର ଶ୍ରମିକ, ବୁଦ୍ଧିଜୀବି,ଜନ ପ୍ରତିନିଧି, ସ୍ବେଛାସେବୀ, ସାମ୍ବାଦିକ, ସ୍ଥାନୀୟ ଅଞ୍ଚଳବାସୀ ପ୍ରାୟ 500 ରୁ ଉର୍ଦ୍ଧ୍ବ ଯୋଗ ଦେଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ସ୍ଥାନୀୟ ଅଞ୍ଚଳର ବଜରଙ୍ଗ ଦଳର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ. ଉକ୍ତ କାର୍ଯ୍ୟକ୍ରମକୁ ଟୁଡେ ନ୍ୟୁଜ୍ 24 ଓଡ଼ିଶା ନ୍ୟୂଜ୍ ଚେନାଲ ଓଡ଼ିଶା ବ୍ୟୁରୋ ହେଡ ଶ୍ରୀଯୁକ୍ତ ଖଗେଶ୍ୱର ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ର ଉଭୟ ଚେନାଲ ର ରାଜ୍ଯ ର ସମସ୍ତ ଜିଲ୍ଲାର ସାମ୍ବାଦିକ ଭାଇ ଓ ଭଉଣୀମାନେ ତଥା ଶ୍ରୀଯୁକ୍ତ ରତ୍ନାଲୁ ପ୍ରଭାକର, ଗ୍ଯାନେନ୍ଦ୍ର ପଟନାୟକ, ବସନ୍ତ ପେଗଡ, ଶିବ ଚରଣ ମହାନ୍ତି, ଦିପକ ସାହୁ , ଶୁରେନ୍ଦ୍ର ବେମାଲ, ଭାବଗ୍ରାହୀ ବଳ,ଉମାଶଙ୍କର, ରବିନାରାୟଣ ପାତ୍ର, ସତ୍ୟନାରାୟଣ ସାହୁ ,ଯୁଗଳ କିଶୋର ଯେନା ,କ୍ରୃପା ମହାନନ୍ଦିଆ, ବୁଦୁରାମ ଗଣ୍ଡ, ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଚନ୍ଦ୍ରପୁର ବ୍ଳକ ନୂତନ ଓଡ଼ିଶା ନୂଜ୍ ଚେନାଲର ପ୍ରତିନିଧି ଶ୍ରୀଯୁକ୍ତ ପ୍ରମୋଦ କୁମାର ମୁଦୁଲିଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶେଷରେ ଉପସ୍ଥିତ ସମସ୍ତ ସଭାସଦ ମାନଙ୍କୁ ଚେନାଲ ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

 ରାୟଗଡା ରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ