ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟର ପରିଦର୍ଶନ ।

1.
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର ଉନ୍ନତି ମୂଳକ କାର୍ଯ୍ୟର ପରିଦର୍ଶନ ।
ନୂଆପଡ଼ା : ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡ ରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାଶ । ଗତ ରବିବାର ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ାର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ ,ଜୁନିୟର ଇଞ୍ଜିନିୟର ଅମିତ କୁମାର ରାଉଳ , ଏନ ଏ ସି ଯନ୍ତ୍ରୀ ରୋଷନ ପ୍ରଧାନଙ୍କ ଗହଣରେ ଜିଲ୍ଲାପାଳ ସମସ୍ତ ପ୍ରକଳ୍ପର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ବର୍ତ୍ତମାନ ନୂଆପଡ଼ା ସହରରେ ୱାର୍ଡ୍ ନମ୍ବର 13 ରେ ହେମଲାଲ୍ ଦଣ୍ଡସେନାଙ୍କ ଘରଠାରୁ ଦର୍ଲି ବନ୍ଧ ଓ ଏନ ଏଚ NH ରୁ ବିବେକାନନ୍ଦ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ପେଭର୍ ରୋଡ଼ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ ଟ 17,85,000/- ରେ ସଡ଼କ ଓ ସେତୁ ଯୋଜନାରେ ଚାଲିଛି । ସେହିପରି ୱାର୍ଡ୍ ନମ୍ବର 08 ରେ ସନ୍ତୋଷ ସାହୁଙ୍କ ଘରଠାରୁ ରଞ୍ଜନ ରଶ୍ମି ମହାନ୍ତି ଘର ପର୍ଯ୍ୟନ୍ତ ଓ ପୂର୍ଣ୍ଣିମା ଡେଲି ନିଡ୍ସ ରୁ ଜୟନ୍ତ ସାହୁଙ୍କ ଘର ପର୍ଯ୍ୟନ୍ତ ପେଭର୍ ରୋଡ଼ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ ଟ 11,77,000/- ରେ ସଡ଼କ ଓ ସେତୁ ଯୋଜନାରେ ଚାଲିଛି । ୱାର୍ଡ ନମ୍ବର 13 ରେ ମୋ ପୋଖରୀ ଯୋଜନାରେ ସର୍କିଟ୍ ହାଉସ୍ ନିକଟସ୍ଥ ଦର୍ଲି ବନ୍ଧର ପୁନରୁଦ୍ଧାର ଆନୁମାନିକ ବ୍ୟୟ ଅଟକଳ ଟ 66.67 ଲକ୍ଷରେ ଚାଲିଛି । ୱାର୍ଡ୍ ନମ୍ବର 7 ରେ ମୋ ପୋଖରୀ ଯୋଜନାରେ ପଲଶାଗୁଡାରେ ଖମ୍ବା ବନ୍ଧର ପୁନରୁଦ୍ଧାର ଆନୁମାନିକ ବ୍ୟୟ ଅଟକଳ ଟ 51.90 ଲକ୍ଷରେ ହେଉଛି । ୱାର୍ଡ୍ ନମ୍ବର–7 ରେ ପଲଶାଗୁଡାରେ 500 ସିଟିଂ ବ୍ୟବସ୍ଥା ଥିବା ବହୁମୁଖି ହଲ , ମଲ୍ଟିପର୍ପୋଜ୍ ହଲ୍ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ – ଟ 2.16 କୋଟିରେ ଆଗେଇ ଚାଲିଛି । ୱାର୍ଡ୍ ନମ୍ବର 13 ରେ 300 ସିଟିଂ ବ୍ୟବସ୍ଥା ଥିବା ହବହୁମୁଖି ହଲ , ମଲ୍ଟିପର୍ପୋଜ୍ ହଲ୍ ନିର୍ମାଣ ଆନୁମାନିକ ବ୍ୟୟ ଅଟକଳ ଟ 2.10 କୋଟି ରେ ନିର୍ମିତ ହେଉଛି । ଦେୱାରପଡା ବସ୍ତିକୁ ସାଖାତୋରା, ୱାର୍ଡ୍ ନମ୍ବର 1 କୁ ସ୍ଥାନାନ୍ତର କରିବା ପାଇଁ ଆନୁମାନିକ ବ୍ୟୟ ଅଟକଳ ଟ 84 ଲକ୍ଷରେ 15ତମ ଆର୍ଥିକ ଆୟୋଗ ଅନୁଦାନରେ ଆଗେଇ ଚାଲିଛି । ଜନସାଧାରଣଙ୍କୁ ଉଚିତ୍ ସେବା ଯୋଗାଇ ଦେବା ପାଇଁ ଏହି ସମସ୍ତ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






