ନୂଆପଡାରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ର ଦ୍ଵାରା ଗୁଣବତ୍ତା ପ୍ରମାଣ କର୍ମଶାଳା ଆୟୋଜିତ

Dec 10, 2025 - 20:04
 0  7
ନୂଆପଡାରେ  ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ର ଦ୍ଵାରା ଗୁଣବତ୍ତା ପ୍ରମାଣ  କର୍ମଶାଳା ଆୟୋଜିତ

ନୂଆପଡା : ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ର, ନୂଆପଡାଙ୍କ ସଂଯୁକ୍ତ ଉଦ୍ୟମରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ BDSP ଅଧୀନରେ ଗୁଣବତ୍ତା ପ୍ରମାଣ (ZED/LEAN/ISO) ବିଷୟରେ ଏକ କର୍ମଶାଳା ଆୟୋଜନ ହୋଇଥିଲା। ନୂଆପଡା ଜିଲ୍ଲାର MSME ଉଦ୍ୟୋଗଗୁଡ଼ିକୁ ଗୁଣମାନ ମାନଦଣ୍ଡ ମାଧ୍ୟମରେ ସଶକ୍ତ କରିବା ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ ଥିଲା।କର୍ମଶାଳାରେ ISO, LEAN ଏବଂ ZED ଭଳି ଗୁଣବତ୍ତା ପ୍ରମାଣପତ୍ରର ବ୍ୟବହାର, ଗୁରୁତ୍ୱ ଏବଂ ଏହାର ଲାଭ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଦ୍ୟୋଗୀମାନଙ୍କୁ ଏହି ପ୍ରକ୍ରିୟା ଆପଣାଇ ନିଜର ପ୍ରତିଯୋଗୀତା ମୂଳକ କ୍ଷମତା ବୃଦ୍ଧି କରିବାରେ ପ୍ରୋତ୍ସାହିତ କରାଯାଇଥିଲା।ଏହି ଅବସରରେ ବୈଠକକୁ ଅଧ୍ୟକ୍ଷତା କରି ଜିଲ୍ଲାପାଳ ମଧୁସୂଦନ ଦାଶ MSME ଭୂମିକାକୁ ଜିଲ୍ଲାର ସମନ୍ୱିତ ଆର୍ଥିକ ଅଭିବୃଦ୍ଧିର ଯନ୍ତ୍ର ଭାବେ ଅଭିହିତ କରିଥିଲେ। ଗୁଣମୂଳକ ପ୍ରମାଣନ ଆପଣାଇବା ଦ୍ୱାରା ଉଦ୍ୟୋଗଗୁଡ଼ିକ ସୁଦୃଢ଼ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବେ ବୋଲି ସେ କହିଥିଲେ। କର୍ମଶାଳାରେ BDSP, ଜିଲ୍ଲା ଶିଳ୍ପକେନ୍ଦ୍ରର କର୍ମକର୍ତ୍ତାମାନେ, ସ୍ଥାନୀୟ ଉଦ୍ୟୋଗୀମାନେ ଏବଂ ବିଭିନ୍ନ ଶିଳ୍ପ ଉଦ୍ୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଗୁଣମାନ ଭିତ୍ତିକ ଉତ୍ପାଦନ ଏବଂ ବ୍ୟବସ୍ଥାପନ ଶୈଳୀକୁ ଗ୍ରହଣ କରି ନୂଆପଡାକୁ MSME କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ