ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରା ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା ବୈଠକ
ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧୀନସ୍ଥ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟର ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସୁରକ୍ଷା ଅଧିକାରୀ, ସମସ୍ତ ପ୍ରୋଗ୍ରାମ ଅଫିସର୍, ସମସ୍ତ ସି ଡି ପି ଓ, ସୁପରଭାଇଜର ଓ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ କୌଣସି ଗୋଟିଏ ମାତୃ କିମ୍ୱା ଶିଶୁ ମୃତ୍ୟୁ ନ ହେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ପଦକ୍ଷେପ ନେଉ l ଜିଲ୍ଲାରେ ଅଗଷ୍ଟ ମାସରେ ୪ ଜଣ ମାଆ ଏବଂ ୧୮ ଜଣ ଶିଶୁ ମୃତ୍ୟୁ ହୋଇଥିବାରୁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ l ସମୀକ୍ଷାରୁ ଜଣା ପଡିଲା ଯେ ଜିଲ୍ଲାରେ ୧୪୦୮ ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି l ଏଥିରୁ ୧୧୮୮ କେନ୍ଦ୍ରର ନିଜସ୍ଵ ଗୃହ ଅଛି l ଜିଲ୍ଲାରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୧୬୫୬୩୧ ଜଣ, ଦ୍ବିତୀୟ କିସ୍ତିରେ୧୬୪୦୦୪ ଜଣ ଏବଂ ତୃତୀୟ କିସ୍ତିରେ ୧୫୪୯୦୯ ଜଣ ମହିଳା ସୁଭଦ୍ରା ଯୋଜନାର ଅର୍ଥ ସହାୟତା ପାଇଛନ୍ତି l ଜିଲ୍ଲାରୁ ୫୦୦୦ ରୁ ଉର୍ଦ୍ଧ୍ବ ପରିବାର ପ୍ରବାସୀ ଶ୍ରମିକ ହିସାବରେ ବିଗତ ବର୍ଷ ଯାଇଥିବାରୁ ସେମାନଙ୍କ ସଂପୂର୍ଣ୍ଣ ସର୍ଭେ କରି ଏହି ବିଭାଗ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ସଂଯୋଗ ସେତୁ ହିସାବରେ କାମ କରିବ l ମାଆ ଓ ଶିଶୁ ମାନଙ୍କ କଲ୍ୟାଣ ସହିତ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ରୋକିବା ପାଇଁ ତୃଣମୂଳ ସ୍ତରରେ ବିଭାଗ ସମର୍ପିତ ଭାବରେ କାମ କରୁ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l
ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0