ନୂଆପଡା ଜିଲ୍ଲାପାଳଙ୍କ ଜନସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ:ଗ୍ରୀଷ୍ମଋତୁ ପୂର୍ବରୁ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Feb 8, 2026 - 18:19
 0  1
ନୂଆପଡା ଜିଲ୍ଲାପାଳଙ୍କ ଜନସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ:ଗ୍ରୀଷ୍ମଋତୁ ପୂର୍ବରୁ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନସ୍ଵାସ୍ଥ୍ୟ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗର କାର୍ଯ୍ୟାବଳୀ ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇ. ଜନସ୍ଵାସ୍ଥ୍ୟ ଖଣ୍ଡ, ଭବାନୀପାଟଣା ସୁବ୍ରତ କୁମାର ଦାଶ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପସ୍ଥାପନା କରିଥିଲେ l ସମୀକ୍ଷାରୁ ଜଣା ଗଲା ଯେ ଜିଲ୍ଲାର ଖଡିଆଳ ସହରରେ ତିଖାଲି ଡ୍ୟାମ୍ ରୁ ୨୮୬୬ଟି ଜଳ ସଂଯୋଗ ଦ୍ଵାରା ୧୯୦୭୨ ଜଣଙ୍କୁ, ଖରୀଆର ରୋଡ ସହରରେ ପତୋରା ଡ୍ୟାମ୍ ରୁ ୩୩୭୬ଟି ଜଳ ସଂଯୋଗ ଦ୍ଵାରା ୨୪୦୧୬ ଜଣଙ୍କୁ ଏବଂ ନୂଆପଡା ରେ ମଧ୍ୟ ପତୋରା ଡ୍ୟାମ୍ ରୁ ୨୨୮୮ଟି ଜଳ ସଂଯୋଗ ଦ୍ଵାରା ୨୦୫୨୨ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆ ଯାଉଛି l ବର୍ତ୍ତମାନ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୫ ଗୋଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି l ଏବେ ୨ ଗୋଟି ପ୍ରକଳ୍ପ କାର୍ଯ୍ୟ ଖରିଆର ରୋଡ଼ ରେ ଚାଲିଛି ଯାହା ମାର୍ଚ୍ଚ ଶେଷ ସୁଦ୍ଧା ସମାପ୍ତ ହେବ l ଏହାଦ୍ୱାରା ସହରର ୬,୭,୮,୯ ଏଵଂ ୧୨ ନମ୍ବର ୱାର୍ଡ ର ଜନସାଧାରଣ ଉପକୃତ ହେବେ l ଏହି ଦୁଇ ପ୍ରକଳ୍ପ ର ବ୍ୟୟ ଅଟକଳ ଯଥାକ୍ରମେ ୫୭୮ ଲକ୍ଷ ଏବଂ ୧୮୩ ଲକ୍ଷ ଟଙ୍କା ଅଛି l ଏହା ସହିତ ଜିଲ୍ଲାରେ ୩ ଗୋଟି ନୂତନ ଜଳ ଯୋଗାଣ ପ୍ରକଳ୍ପ ଶୀଘ୍ର ଆରମ୍ଭ ହେବ l ଖଡିଆଳ ସହରକୁ ୨୦ କୋଟି ଟଙ୍କା ବ୍ୟୟରେ, ନୂଆପଡା ସହରକୁ ୧୭.୯୧ କୋଟି ଟଙ୍କା ବ୍ୟୟରେ ଏବଂ ଖରୀଆର ରୋଡ ସହରକୁ ୧୭.୧୨ କୋଟି ଟଙ୍କା ବ୍ୟୟରେ ଜଳଯୋଗାଇବା ପାଇଁ ଏହା ନିର୍ଦ୍ଧାରିତ ହୋଇଛି l ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସହର ବାସୀଙ୍କୁ ୨୪ x ୭ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ l ଖରୀଆର ରୋଡ ଜାତୀୟ ରାଜପଥ ପାର୍ଶ୍ୱରେ ଜଳ ଯୋଗାଣ ପାଇପ୍ ପକାଇବା ପାଇଁ ଜାଗା ଚିହ୍ନଟ କରିବା ପାଇଁ ନୂଆପଡା ତହସିଲଦାର ପଦକ୍ଷେପ ନେବେ l ଗ୍ରୀଷ୍ମଋତୁ ପୂର୍ବରୁ ସହରାଞ୍ଚଳର ସମସ୍ତ ପାନୀୟ ଜଳ ସମସ୍ୟା ସମାଧାନ କରିବାପାଇଁ ଯନ୍ତ୍ରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏହା ସହିତ ଜଳ ଯୋଗାଣ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର, ଜନ ପ୍ରତିନିଧି ମାନଙ୍କ ସହଯୋଗ ନିଆଯିବ l ହିତାଧୀକାରୀ ମାନଙ୍କୁ ନେଇ ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ଯୋଡ଼ି ସେମାନଙ୍କ ପାନୀୟ ଜଳ ସମସ୍ୟା ର ସମାଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି l ଆଜିର ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲୋଚନ ଭୁଏ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ପ୍ରଶାନ୍ତ କୁମାର ମାଝୀ ଏବଂ କନିଷ୍ଠ ଯନ୍ତ୍ରୀ ଲିପିକା ଡୋରା ପ୍ରମୁଖ ଉପସ୍ଥିତ ଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ