।। ନୂଆପଡା ଜିଲ୍ଲାପାଳଙ୍କ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ।।

Oct 7, 2024 - 19:51
 0  8
।। ନୂଆପଡା ଜିଲ୍ଲାପାଳଙ୍କ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ।।

ନୂଆପଡା : ତା 07.10.24 ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉଦ୍ୟମରେ ଆଜି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର ହେମନ୍ତ ପୁଟା ପ୍ରମୁଖ ରକ୍ତଦାନ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ l ସେ କହିଲେଯେ ରକ୍ତଦାନ ମହା ପୁଣ୍ୟ l ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ବର୍ଷକୁ ଅତିକମରେ ଥରେ ରକ୍ତଦାନ କରିବା ପାଇଁ ସେ ଆହ୍ୱାନ କରିଛନ୍ତି l ଆଜି ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଡ଼ିଏଫଓ, ଜିଲ୍ଲାଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଡ଼ଃ ଲଳିତ ମୋହନ ବିଶି, ଡିପିଏମଓ ଦିଲ୍ଲୀପ କୁମାର ଦୁବେ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବ୍ଲଡ଼ବ୍ୟାଙ୍କ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ମଧ୍ୟାହ୍ନ ଯାଏଁ 11 ଜଣ ରକ୍ତଦାତା ରକ୍ତଦାନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ