।। ନୂଆପଡା ଜ଼ିଲ୍ଲାରେ ମାରାଥନ ୨.୦ ଅନୁଷ୍ଠିତ ।।

ନୂଆପଡା- ନୂଆପଡା ଜ଼ିଲ୍ଲା ନୂଆପଡା ମାରାଥନ ୨.୦ ଆୟୋଜିତ ହୋଇଯାଇଛି । ସୂଚନା ମୁତାବକ ନୂଆପଡା ଜିଲ୍ଲା ପ୍ରଶାସନ ସତନ୍ତ୍ର ସଂକ୍ଷିପ୍ତ ଭୋଟର ଡାଲିକା ସଂଶୋଧନ ଏବଂ ନୂତନ ଭୋଟର ମାନଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ଓ ସଡକ ସୁରକ୍ଷାର ବାର୍ତ୍ତା ଦେବା ଅଭିଯାୟରେ ଆଜି ନୂଆପଡା ମିନି ମାରଥନ ଅୟୋଜନ କରାଯାଇଥିଲା । ଏହା ସବୁ ଜିଲ୍ଲା ପ୍ରଶାସନ ମିନି ମାରଥନ ଓ ରିଲେ ମାରାଥନ ମଧ୍ୟ ଅୟୋଜିତ ହୋଇଥିଲା । ନୂଆପଡା ଜିଲ୍ଲା କୋମନା ବ୍ଲକ ବଞ୍ଜାରୀ ଠାରୁ ହାଫ ମାରଥନ ଓ ରିଲେ ମାରଥନ ଆରମ୍ଭ ହୋଇଥିବାବେଳେ କୋମନା ବ୍ଲକ ଘାଟି ପଡା ଛଳ ରୁ ମିଠି ମାରଥନ ଆରମ୍ଭ ହୋଇଥିଲା । ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ରିଲେ ମାରଥନ ଓ ମିନି ମାରଥନ କୁ ପତକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ହାଫ ମାରଥନ କୁ ନୂଆପଡା ସଡକ ପରିବହନ ଅଧିକାରୀ ମାନାସିଂ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ରିଲେ ମାରଥନ ରେ ସିଆରପିଏଫ ଓ ଡିଭିଏଫର ଯବାନ ମାନେ ଅଂଶ ଗ୍ରହଣ କରିଥିବା ବେଳେ ଉଭୟ ହlଫ ମାରଥନ ଓ ମିନି ମାରଥନରେ ଜିଲ୍ଲାର ଓ ଜିଲ୍ଲା ବାହାରୁ ଅସିଥିବା ଦୌଡାଳି ମାନେ ଅଂଶ ଗ୍ରହଣ କରିଥିଲେ। ତେବେ ମନି ମାରାଥନରେ ନିଜେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ନିଜେ ଦୌଡିଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ସହାୟକ ମିନାକ୍ଷୀ ଦାସ, ଜପିଲଓ କ୍ଷିତିସୁଧା ବାଗ, ପିଇଓ ପ୍ରମିଲା ମାଝୀ ବରିଷ୍ଠ ସହାୟକ ଗଣେଶ୍ବର ନାୟକ ପ୍ରମୁଖ ଦୌଡିଥିଲେ । ମିନି ମାରଥନରେ ପୁରୁଷ ବିଭାଗରେ ପାଟାଶାଗଡ଼ର ଡୋଳାମଣି ଚିନାଗମ ପ୍ରଥମ, ସୋନପୁରର ଦୟାନିଧି ସୁଗତା ଦ୍ବିତିୟ ଓ ବରଗଡର ସିକନ୍ଦର କର୍ନାଲ୍ଡ ତୃତୀୟ ସ୍ଥାନ ଅର୍ଜନ କରିଥିଲେ । ସେହିପରି ମିନି ମାରାଥନର ମହିଳା ବର୍ଗରେ ଦେବଗଡ଼ ର ଲକ୍ଷ୍ମୀପ୍ରିୟା କିଶାନ ପ୍ରଥମ, ମୟୂରଭଞ୍ଜର ମାମିନା ମୁର୍ମୁ ଦ୍ୱିତୀୟ ଓ ନୂଆପଡା ର କୌଶଲ୍ୟା ପାଣ୍ଡେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମିନି ମାରାଥନରେ ପାଞ୍ଚଜଣ ମହିଳା ପ୍ରତିଯୋଗି ଦୌଡ ସମ୍ପୂର୍ଣ କରିଥିବାରୁ ଓ ପୁରୁଷ ବର୍ଗରେ ୧୦ ଜଣ ପ୍ରତିଯୋଗି ଦୌଡ ସମ୍ପନ୍ନ କରିଥିବାରୁ ସେମାନଙ୍କୁ ସାନ୍ତ୍ଵାନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ହାପ ମାରାଥନର ମହିଳା ବର୍ଗରେ ସୁନ୍ଦରଗତର ସୂତା ଟିଗା ପ୍ରଥମ, ବାଲେଶ୍ବର ପୂଜା ବେହେରା ଦ୍ଵିତୀୟ ଓ ନୂଆପଡାର ଗୋଲାପ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରୁଷ ବର୍ଗରେ ବୌଦର ଅଶୋକ କୁମାର ଦଣ୍ଡସେନା ପ୍ରଥମ, କଟକର ରଞ୍ଜନ ନାୟକ ଦ୍ବିତିୟ ଓ ସମ୍ବଲପୁରର ସମର୍ଥ ମିର୍ଦ୍ଧା ଦୂତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ନୂଆପଡା ପୁଲିସ ପଡିଆ ଠାରେ ଅୟୋଜିତ ଏକ ସତନ୍ତ୍ର ଉତ୍ସବରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ, ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁ ଛନ୍ଦା ସାହୁ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ସୁବାସଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଜିଲ୍ଲା ସଡକ ପରିବହନ ଅଧିକାରୀ ମାନାସିଂ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବଣ୍ଟନ କରିଥିଲେ । ପ୍ରଥମ ପ୍ରତିଯୋଗି ଙ୍କୁ ୨୫ ହଜାର ଟଙ୍କା, ଦ୍ବିତୀୟ ପ୍ରତିଯୋଗି ଙ୍କୁ ୨୦ ହଜାର ଟଙ୍କା ଓ ତୃତୀୟ ପ୍ରତିଯୋଗି ଙ୍କୁ ୧୫ହଜାର ଟଙ୍କା ସବୁ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ସମସ୍ତ ସାନ୍ତ୍ୱନା ମୂଳକ ପ୍ରତିଯୋଗିଙ୍କୁ ହଜାରେ ଟଙ୍କା ସହ ମାନପତ୍ର ପ୍ରଦାନ କରାଇଥିଲା । ମାରଥନର ସମସ୍ତ ପ୍ରତିଯୋଗୀ ଙ୍କୁ ଅଂଶ ସଦୃଶ ପ୍ରମାଶ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଫଳ କରିବାରେ ଜିଲ୍ଲା ଅରକ୍ଷୀ ବାହନି ସିଆରପିଏଫ ଜିଲ୍ଲାପ୍ରଶାସନ ର ସମସ୍ତ ଅଧିକାରୀ କର୍ମଚାରୀ ନୂଆପଡା ବିଡିଓ ବିପିନ ବିହାରୀ ଦୀପ, କୋମନା ବିଡିଓ ସୁଧାଂଶୁ ଶେଖର ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ନୂଆପଡା ଉପଖଣ୍ଡିୟ ପୁଲିସ୍ଥ ଅଧିକାରୀ ଖଡିଆଳ ଉପଖଣ୍ଡିୟ ପୁଲିସ୍ଥ ଅଧିକାର ସମସ୍ତ ଡେପୁଟି ଜିଲ୍ଲାପାଳ ସହକାରୀ ଜିଲ୍ଲାପାଳ ସଦର ତହସିଲଦାର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ ପ୍ରଦାନ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






