ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସୁରକ୍ଷା, ପେନସନ ଏବଂ ସ୍ୱାସ୍ଥ୍ୟ ବୀମା 10 ଲକ୍ଷ କରିବା ପାଇଁ ଦେବୀପତ୍ର ପ୍ରଦାନ

Jul 30, 2025 - 17:27
 0  25
ନୂଆପଡା ଜ଼ିଲ୍ଲା ସାମ୍ବାଦିକ  ସଙ୍ଘ ପକ୍ଷରୁ ସାମ୍ବାଦିକ ସୁରକ୍ଷା, ପେନସନ ଏବଂ ସ୍ୱାସ୍ଥ୍ୟ ବୀମା 10 ଲକ୍ଷ କରିବା ପାଇଁ  ଦେବୀପତ୍ର ପ୍ରଦାନ

ନୂଆପଡ଼ା : ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ଙ୍କ ଆହ୍ୱାନ କ୍ରମେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷ ରୁ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକ ଙ୍କୁ ପେନସନ ଏବଂ ସ୍ବାସ୍ଥ୍ୟ ବୀମା ଅର୍ଥ ବୃଦ୍ଧି ଓ ନବୀକରଣ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ଙ୍କୁ ପେନସନ ବ୍ୟବସ୍ଥା ଦେଶ ର ୧୮ ଗୋଟି ରାଜ୍ୟରେ ଲାଗୁ ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଓଡ଼ିଶା ରେ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ସ୍ବାସ୍ଥ୍ୟ ବୀମା ନବୀକରଣ ସହ ଏହି ଯୋଜନା ରେ ମାତା ପିତା ଓ ୨୫ ବର୍ଷ ରୁ ଉଦ୍ଧ ରୁ ଅବିବାହିତ ନିର୍ଭରଶିଳ ପୁଅ ଝିଅ ଙ୍କୁ ମଧ୍ୟ ସାମିଲ କରିବାକୁ, ସାମ୍ବାଦିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପାଇଁ ଦାବୀ କରିଛନ୍ତି । ଆଜି ଜିଲ୍ଲା ଏନ.ଜେଡ.ଏସ.ଏସ. ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେଶ ଆଚାରୀ ଙ୍କ ନେତୃତ୍ୱରେ ଏକ ଦଳ ସାମ୍ବାଦିକ ଦେବାନନ୍ଦ ତାଣ୍ଡି, ଦୀପକ ମିଶ୍ର,ରାଜ୍ କିରଣ ସିଂ ଦେଓ, ବିଶ୍ବନାଥ ସାମଲ,ମନୋଜ ସଗରିଆ,ଦୀପକ ପାଢୀ, ଅଭିଷେକ ଆଚାରି ପ୍ରମୁଖ ଯୋଗ ଦେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ