ନୂଆପଡ଼ାରେ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍ଘାଟିତ:ପ୍ରଥମ ଦିନରେ ୬୪ ଜଣ ଚାଷୀଙ୍କ ଠାରୁ ୧୫୨କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ହେଲା

Jan 6, 2026 - 21:29
 0  1
ନୂଆପଡ଼ାରେ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା  ଉଦ୍ଘାଟିତ:ପ୍ରଥମ ଦିନରେ ୬୪  ଜଣ ଚାଷୀଙ୍କ ଠାରୁ ୧୫୨କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ହେଲା

ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଞ୍ଚାୟତରେ ଚଳିତ ଖରିଫ ଋତୁ ୨୦୨୫-୨୬ ର ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ମଣ୍ଡି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା ଉଦ୍ଘାଟିତ ହୋଯାଇଛି।ଉଦ୍ଘାଟନୀ ସମାରୋହରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ,ନୂଆପଡ଼ା ବ୍ଲକ ଚେୟାରମେନ ଶ୍ରୀମତୀ ତାରେଶ୍ୱରି ସାହୁ,ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ,ବ୍ଲକ କୃଷି ଅଧିକାରୀ ସତ୍ୟ ନାଗ୍, ଶ୍ରୀ ଅନ୍ନ ଅଭିଯାନ ର ସ୍କିମ ଅଫିସର ବର୍ଷା ଆଜାଦ,ସ୍ଥାନୀୟ ସରପଞ୍ଚ ସନ୍ଧ୍ୟା ରାଣୀ ମିର୍ଦ୍ଧା,ମାଣ୍ଡିଆ କ୍ରୟ କରୁଥିବା ଟି ଡି ସି ସି ଓ ଏଲ୍ ବି ଏମ୍ ହେମନ୍ତ କୁମାର ବେହେରା ଓ ଡି ଏମ କୌଶଲ୍ୟା ମାଝୀ,ଶ୍ରୀ ଅନ୍ନ ଅଭିଯାନ ର ଜିଲ୍ଲା ସଂଯୋଜକ ଶ୍ରୀ ନରସିଂହ ଜଗତ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ଵେଚ୍ଛାସେବୀ ସଂଗଠନ ସି ପି ଏସ ଡବ୍ଲୁ କେନ୍ଦୁଭଟା ର କାର୍ଯ୍ୟକାରୀ ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ଉଦ୍ଘାଟନ ସମାରୋହ କୁ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ମହାଦେବ ପ୍ରଧାନ ଓ ରାଘବ ପ୍ରଧାନ ସହଯୋଗ କରିଥିଲେ। ମାଣ୍ଡିଆ ମଣ୍ଡି ର ପ୍ରଥମ ଦିନ ରେ ୬୪ ଜଣ ଚାଷୀ ଙ୍କ ଠାରୁ ୧୫୨କ୍ଵିଣ୍ଟାଲ ୩୪କେଜି ମାଣ୍ଡିଆ କ୍ରୟ କରାଯାଇଥିବା ର ସୂଚନା ମିଳି ଅଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ