।। ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ।।

Nov 1, 2024 - 21:18
 0  19
।। ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ।।

ନୂଆପଡ଼ା, ତା 01.11.24 ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟକ ଦଳ ର କର୍ମକର୍ତ୍ତା ଶହ ଶହ ସଂଖ୍ୟାରେ ଯୋଗଦେଇ ଦୁର୍ନୀତି ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l ଏହି ରେଲି କୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଏଥିରେ ଯୋଗ ଦେଇଥିଲେ l ଏହାପରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ୍, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଡିଏସପି ଡିଆଇବି ଗୁଣନିଧି ମଲ୍ଲିକ, ସିଡିଏମ୍ଓ ଡ଼ଃ ଧରଣୀଧର ସେନାପତି ଏଵଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଶିବପ୍ରସାଦ ବେହେରା ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ଗୃହରେ ଉପସ୍ଥିତ ସମସ୍ତଙ୍କୁ ନାଗରିକ ମାନଂକ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ lଡିଏସପି ଭିଜିଲାନ୍ସ ଦୀନବନ୍ଧୁ ବେହେରା ସ୍ୱାଗତ ସମ୍ଭାଷଣ ଦେଇ ନିଜ ବିଭାଗର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ l ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି କିଭଳି ବଡ ପ୍ରତିବନ୍ଧକ ହୋଇ ରହିଛି ଏବଂ ଏହାର କିଭଳି ସମାଧାନ ହୋଇପାରିବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଡ଼ଃ ବେହେରା ସମାଜରୁ ଦୁର୍ନୀତି ଲୋପର ଉପାୟ ଏଵଂ ଏବର୍ଷ ପାଇଁ ଥିମ୍ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ଉପରେ ନିଜ ବକ୍ତବ୍ୟ ରଖିଥିଲେ l ଜିଲ୍ଲାପାଳ ଦୁର୍ନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ନୂତନ ପିଢ଼ିଙ୍କୁ ଏଥିପାଇଁ ନିଜ ପରିବାରରେ ତଥା ସମାଜରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ l ଦିବସ ପାଳନ ଉପଲକ୍ଷେ ଆଗରୁ ହୋଇଥିବା ଓଡ଼ିଆ ଓ ଇଂରାଜୀ ବତ୍କୃତା ଏଵଂ କାର୍ଟୁନ୍ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ମହିଳା ସ୍ବୟଂ ସହାୟକ ଦଳର କର୍ମକର୍ତ୍ତା , ନୂଆପଡ଼ା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l ଭିଜିଲାନ୍ସ ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସମାରୋହ ଆୟୋଜନ ରେ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ