ନୂଆପଡ଼ା ଜିଲ୍ଲାର ଆଦିମ ଜନଜାତି ଚୁକ୍ ଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପିଏଚଡି ଲାଭକରିଥିବା ପ୍ରଥମ ଛାତ୍ରୀ:ଜିଲ୍ଳା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ । ଜିଲ୍ଲାର ଗୌରବ ଜୈମିନୀଙ୍କୁ ସମ୍ମାନିତ କରି ଆମେ ଗର୍ବିତ-ଜିଲ୍ଲାପାଳ ।

Sep 30, 2025 - 21:03
 0  21
ନୂଆପଡ଼ା  ଜିଲ୍ଲାର  ଆଦିମ ଜନଜାତି ଚୁକ୍ ଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପିଏଚଡି ଲାଭକରିଥିବା ପ୍ରଥମ ଛାତ୍ରୀ:ଜିଲ୍ଳା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ । ଜିଲ୍ଲାର ଗୌରବ ଜୈମିନୀଙ୍କୁ ସମ୍ମାନିତ କରି ଆମେ ଗର୍ବିତ-ଜିଲ୍ଲାପାଳ ।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଉପତ୍ୟକାର ଆଦିମ ଜନଜାତି ଚୁକ୍ ଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଜୈମିନୀ ଝାଙ୍କର ପ୍ରଥମ ଛାତ୍ରୀ ହିସାବରେ ପିଏଚଡି ଲାଭ କରି ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଦ୍ଵାରା ଜିଲ୍ଲା କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ ହୋଇଛନ୍ତି । କିସ୍ ବିଶ୍ଵବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଡକ୍ଟରେଟ୍ ହାସଲ କରି କେବଳ ତୁମେ ନିଜ ପାଇଁ ନୁହେଁ ବରଂ ନିଜ ପରିବାର , ସମାଜ ତଥା ସମଗ୍ର ଜିଲ୍ଲାପାଇଁ ସମ୍ମାନ ଓ ଗୌରବ ଆଣି ଦେଇଛ ବୋଲି ଜିଲ୍ଲାପାଳ କହିଛନ୍ତି l ଆଦିମ ଜନଜାତି ବର୍ଗର ଏହି ଆଦିବାସୀ ଛାତ୍ରୀ ସମସ୍ତ ସାମାଜିକ ଅନ୍ଧ ବିଶ୍ୱାସ , ଭୌଗଳିକ ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ କରି ନିଜ ଲକ୍ଷ୍ୟ ସାଧନ ଦିଗରେ ଅତୁଟ ରହି ଏହି ବିରାଟ ସଫଳତା ପାଇଛନ୍ତି l ସୋନବାହେଲି ଗାଁର ବାପା ବିଜୟ କୁମାର ଝାଙ୍କର ଓ ମାତା ବୈଦେହି ଝାଙ୍କରଙ୍କ ସେ ତୃତୀୟ କନ୍ୟା । ଆଜି ଶିକ୍ଷା କ୍ଷେତ୍ରରେ ସେ ଉଚ୍ଚତମ ଡ଼ିଗ୍ରୀ ହାସଲ କରି ସମାଜର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି।ସେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଠାରୁ ଆଦିମ ଜନଜାତି ଶିକ୍ଷିତ ମହିଳା ରୂପେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ହାଇସ୍କୁଲ୍ ପର୍ଯ୍ୟନ୍ତ ଶିକ୍ଷା ସେ କନ୍ୟା ଗୁରୁକୂଳ ଆଶ୍ରମ ସୁନାବେଡ଼ାରେ ଲାଭ କରି ଥିଲେ l ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଧରମବନ୍ଧା ରେ +୨ ଏବଂ ଖରୀଆର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ +୩ ଅଧ୍ୟୟନ କରିଥିଲେ l ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗୀରରୁ ବୋଟାନୀ ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ l କିସ୍ ବିଶ୍ଵବିଦ୍ୟାଳୟ ରୁ ଉଦ୍ଭିଦ ବିଜ୍ଞାନରେ Toxicity & safety implications of herbal medicine , a case study in Nuapada District ଉପରେ ଗବେଷଣା କରି ପି ଏଚ୍ ଡି ଡ଼ିଗ୍ରୀ ହାସଲ କରିଛନ୍ତି l ଉପରୋକ୍ତ ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ତାଙ୍କୁ ସମ୍ବର୍ଦ୍ଧିତ କରି ତମେ ଚୁକ୍ ଟିଆ ଭୁଞ୍ଜିଆ ସମ୍ପ୍ରଦାୟ ପିଲାଙ୍କର ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ l ଏହାସହିତ ନିଜ ସମାଜର ଅବହେଳିତ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ଆଣିବାର ପ୍ରୟାସ କରିବା ପାଇଁ ସେ ଜୈମିନୀ ଙ୍କୁ ପରାମର୍ଶ ଦେଇଛନ୍ତି ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ