ନୁଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

Sep 1, 2025 - 18:53
 0  9
ନୁଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

ବିଗତ କିଛି ଦିନ ହେବ ବିହାର ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ କଂଗ୍ରେସ ନେତା ଓ କଂଗ୍ରେସ ର ସହଯୋଗୀ ଦଳ ଗୁଡିକ ନିର୍ବାଚନ କମିଶନ୍ ଦ୍ଵାରା ଲାଗୁ ହୋଇ ଥିବା ଏସ.ଆଇ.ଆର ବିରୋଧ ରେ ରେଲି ଓ ଜନସଭା ର ଆୟୋଜନ କରି ଭୋଟର ଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଥିବା ବେଳେ ବିହାର ଜନତା ଙ୍କ ସମର୍ଥନ ମିଳୁ ନ ଥିବା କାରଣ ରୁ ହତାଶା ଓ ନିରାଶା ହୋଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶେଷ ରେ ନିଜ ମର୍ଯ୍ୟାଦା ର ସୀମା ଉଲଂଘନ କରି ଦେଶ ର ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଁ ଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଓ ଅସଭ୍ୟ ଭାଷା ର ପ୍ରୟୋଗ କରୁଥିବା ସମସ୍ତ ଗଣମାଧ୍ୟମ ଓ ସମ୍ବାଦ ପତ୍ର ରେ ପ୍ରକାଶିତ ହେଉଅଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଏହି ଘୃଣ୍ୟ କାର୍ଯ୍ୟ ବିରୋଧରେ, ନୁଆପଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ପ୍ରତିବାଦ ସହ କଡ଼ା ନିନ୍ଦା କରାଯାଇ ନୁଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ