ନିଶାଦ୍ରବ୍ୟ ବିରୋଧୀ ସଚେତନତା କାର୍ଯ୍ୟକ୍ରମ

Jun 11, 2025 - 21:49
 0  15
ନିଶାଦ୍ରବ୍ୟ ବିରୋଧୀ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି: ଅଦ୍ୟ ତା ୧୧.୦୬.୨୦୨୫ ଗୁରୁବାର ଦିନ ଜିଲ୍ଲା ନିଶାମୁକ୍ତି କେନ୍ଦ୍ର କୁମୁଟିଗୁଡ଼ା, ମାଲକାନାଗିରି ଠାରେ ଅବକାରୀ ବିଭାଗ,ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ନିଶାମୁକ୍ତି କେନ୍ଦ୍ର, କୁମୁଟିଗୁଡ଼ା ର ମିଳିତ ଆନୁକୁଲ୍ୟରେ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ନିର୍ମଳ ଚନ୍ଦ୍ର ଧରୁଆ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଲକାନଗିରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ସମାଜରେ ମାଦକ ଦ୍ରବ୍ୟ ସେବନ ର କୁପରିମାଣ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହିତ ସଚେତନ ହୋଇ ନିଶା ସେବନ ନ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଅନ୍ୟତମ ଅତିଥି ଭାବରେ ଡକ୍ଟର ହୁସେନ DPHO DHH ମାଲକାନଗିରି ଯୋଗ ଦେଇ ବିଭିନ୍ନ ନିଶା ଦ୍ରବ୍ୟ ସେବନ କରିବା ଦ୍ଵାରା ହେଉଥିବା ରୋଗ ବିଷୟରେ ଲୋକମାନଙ୍କୁ ଜଣାଇ ଥିଲେ ଓ ନିଶା ଦ୍ରବ୍ୟ କୁ ସମାଜରୁ ଦୂର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ଅନୁରୋଧ କରିଥିଲେ। ଅବକାରୀ ବିଭାଗ ତରଫରୁ ଟଙ୍କଧର ଭୋଇ ଅବକାରୀ ଉପ ଅଧିକ୍ଷକ ମାଲକାନଗିରି ରାଜ୍ୟ ସରକାରଙ୍କ ଦ୍ଵାରା ଶୁଭାରମ୍ଭ କରିଥିବା ସଂକଳ୍ପ ରଥ ନିଶା ନୁହେଁ ଜୀବନ କାର୍ଯ୍ୟକ୍ରମ ବିଷୟ ରେ ଆଲୋକପାତ କରିଥିଲେ ଓ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ମଦ୍ୟପାନ ତଥା ମାଦକ ଦ୍ରବ୍ୟ ସେବନ ନକରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥଲେ। ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ବଳ ଅବକାରୀ ନିରୀକ୍ଷକ ,ଅମିୟ କୁମାର ଖଞ୍ଜା,ଅବକାରୀ ଉପ ନିରୀକ୍ଷକ ,ଜେମ୍ସ ମାଲଖୋମ ସାହୁ ଅବକାରୀ ସହାୟକ ଉପ ନିରୀକ୍ଷକ ମାଲକାନଗିରି ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ଜିଲ୍ଲା ନିଶା ନିବାରଣ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନିଶା ମୁକ୍ତି କେନ୍ଦ୍ର କୁମୁଟିଗୁଡା ର ସହ ସଂଯୋଜକ ଉମାକାନ୍ତ ବଳିଆରସିଂହ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ