।। ନିର୍ବାଚନୀ ସଙ୍କଳ୍ପ ପତ୍ର ବିମୋଚନ ନେଇ ଜ଼ିଲ୍ଲା ନୂଆପଡା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ।।

May 7, 2024 - 23:23
 0  53
।। ନିର୍ବାଚନୀ ସଙ୍କଳ୍ପ ପତ୍ର ବିମୋଚନ ନେଇ ଜ଼ିଲ୍ଲା ନୂଆପଡା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ।।

ନୂଆପଡା- ଆଜି ସଂନ୍ଧ୍ୟା ୫ଟା ବେଳେ ନୂଆପଡା ଜ଼ିଲ୍ଲା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି କାର୍ଯ୍ୟାଳୟ ପରିସରରେ ନିର୍ବାଚନୀ ସଙ୍କଳ୍ପ ପତ୍ରର ବିମୋଚନ ନେଇ ଏକ ସାମ୍ବାଦୀକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ତରଫରୁ ଓଡିଶା ପ୍ରଦେଶର ସଂଙ୍କଳ୍ପ ପତ୍ର ବିଗତ ଦିନରେ ରାଜ୍ୟ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଥିବା ବେଳେ ଆଜି ନୂଆପଡା ବିଜେପି କାର୍ଯ୍ୟାଳୟରେ ବିମୋଚନ ହୋଇଯାଇଛି । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଅନିଳ କୁମାର ବିଶ୍ୱାଳ ଯୋଗଦାନ କରି ସଙ୍କଳ୍ପ ପତ୍ରର ବିମୋଚନ କରିଥିବା ବେଳେ ଜିଲ୍ଲା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣୀ ପାଣିଗ୍ରାହୀ, ବିଜେପି ନେତା ଗୋଲଡି ଅଗ୍ରଓ୍ବାଲ, ବିଜେପି ନେତା ଦେବଦେବ ସିଂ, ବିଜେପି ନେତା ସଞ୍ଜୟ ତିବାରି, ବିଜେପି ନେତା ସୁଶାନ୍ତ ପତି, ବିଜେପି ନେତା ଅଜିତ ଚଲାନ, ବିଜେପି ନେତା କମଲେଶ ଦିକ୍ଷିତ ପ୍ରମୁଖ ଉପାସ୍ଥିତ ଥିବା ବେଳେ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ନିର୍ବାଚନୀ ସଙ୍କଳ୍ପ ପତ୍ର ବିମୋଚନ କରି ସବକା ବିକାଶ ର ବାର୍ତା ଏହି ସଂକଳ୍ପ ପତ୍ର ମାଧ୍ୟମରେ ଆମେ ଉପସ୍ଥାପନା କରିଛୁ ବୋଲି ଶ୍ରୀ ବିଶ୍ବାଳ କହିବା ସହିତ ପଶ୍ଚିମ ଓଡିଶାର ଏକ ଗୁରୁତ୍ବ ପୂର୍ଣ ବିକାଶ ପାଇଁ ଏହି ସଂକଳ୍ପ ପତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ସହ ଚଳିତ ନିର୍ବାଚନରେ ଦୁଇଟି ପଦ୍ମପୁଲ ଚିହ୍ନରେ ମୋହର ମାରୀ ଭାରତ ବର୍ଷରେ ତଥା ଓଡିଶା ପ୍ରଦେଶରେ ବିଜେପି ଶାସନ ଗଠନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ଚଳିତ ନିର୍ବାଚନରେ ଜନସାଧାରଣ ବିଜେପିକୁ ଶାସନ ଗଠନ କରିବା ପାଇଁ ଆଶିର୍ବାଦ କରନ୍ତି ତେବେ ବିଜେପି ଶାସନକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଣ୍ଟାଲ ପିଛା୩୧୦୦ଟଙ୍କା କରାଯିବା ନେଇ ଘୋଷଣା କରିଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ