।। ନିମ୍ନମାନର ପିଚୁ କାମ ନେଇ ଅଭିଯୋଗ ଆଣିଲେ ପୁକେଶ୍ ଗ୍ରାମବାସୀ ।।

Feb 15, 2024 - 21:32
Feb 15, 2024 - 21:33
 0  16
।। ନିମ୍ନମାନର ପିଚୁ କାମ ନେଇ ଅଭିଯୋଗ ଆଣିଲେ ପୁକେଶ୍ ଗ୍ରାମବାସୀ ।।

ରାୟଗଡ଼ା ଜିଲ୍ଲା କାଶିପୁର (ଖବର) ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଆର୍.ଡି ରାସ୍ତା ମରାମତି। ଦିଶାରିଗୁଡା ଠାରୁ ଖଜୁରୀଗୁଡା ଦଶମନ୍ତ ପୁର ବ୍ଲକ୍ କୁ ସଂଯୋଗ କରୁଥିବା ରାସ୍ତାର ପିଚୁ ମରାମତି କାମ ପିଚୁ ଢୋଳେଇ ର କିଛି ଘଣ୍ଟା ପରେ ଉଠିଯାଇଥିବା ଅଭିଯୋଗ କରିଛନ୍ତି ପୁକେଶ ଓ ସେହି ରାସ୍ତାଦେଇ ଯାତାୟତ କରୁଥିବା ଆଖ ପାଖ ଅଞ୍ଚଳର ର ଗ୍ରାମବାସି। ଏହିପରି ଘଟଣାଟିର ଅଭିଯୋଗ ହଇଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୁଚେଇପଦର ପଞ୍ଚାୟତ ପୁକେଶ ଓ ରାସ୍ତା ରେ ଯାତାୟତ କରୁଥିବା ବ୍ୟକ୍ତି ବିଶେଷ। ଏହି ରାସ୍ତା ଟି ଦିଶାରିଗୁଡ଼ା ରୁ ଖଜୁରୀଗୁଡା ଦେଇ ଦଶମନ୍ତପୁର ବ୍ଲକ୍ କୁ ସଂଯୋଗ କରୁଥିବା ବେଳେ ଦାବୁଗୁଡ଼ା ଓ ପୁକେଶ ଗ୍ରାମର ମଝିରେ ପ୍ରାୟ ୨ ରୁ ୩ କି.ମି ଉଠିଯାଇଛି ଲୋକେ ଗାଡ଼ି ଚଲାଇବା ପାଇଁ ରାସ୍ତା ରେ ଭୟଭିତ ହଉଛନ୍ତି। ଏହି ରାସ୍ତା ହେବା ଦ୍ଵାରା ଦଶମନ୍ତପୁର ଓ କାଶିପୁର ବ୍ଲକ କୁ ଯାତାୟତ ରେ ବହୁତ୍ ସୁବିଧା ହଉଥିବା ବେଳେ ଠିକାଦାରଙ୍କର ଏହିପରି ରାସ୍ତା କାର୍ଯ୍ୟ କୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କଲାପରେ କଉ ସମ୍ବାଦିକ ଫଟ ଉଠାଇ ନିଉିଜ୍ କଲେ କଣ ହେବମୋତେ ମୁଁ ପୋଲିସ୍ ଲଗାଇ କାମ କରିବି ବୋଲି ପୁକେଶ ଗ୍ରାମର ଜନ ସାଧାରଣ ଙ୍କୁ ଗାଲୁଆମି କଥା କୋହିଥିବା କହିଛନ୍ତି ଗ୍ରାମବାସୀ ଏବଂ ଆମେ ଏହି ଭିବାଗର ଯନ୍ତ୍ରୀଙ୍କୁ ପୋଚାରିବାରୁ କିଛି ନାହିଁ ଗାଡ ଚାଲିଲା ରୁ ଅଳ୍ପ ଦୂର ବଜରି ଉଠିଯାଇଛି ଆମେ ଆଉଥରେ ଦୁଇ ତିନି ସପ୍ତାହ ପରେ କରିଦେବୁ ବୋଲି ଫୋନ୍ କାଟିଦେଇ ଥିଲେ। ସୁଚନା ଥାଉକି ଏହି ପିଚୁ ରାସ୍ତାର ମରାମତି ପୁର୍ନବାର ନ କରାଯାଏ ଆମେ ରାସ୍ତା ବନ୍ଦ କରିବୁ ଏବଂ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ ହେବୁ ବୋଲି ବୀରେନ ମାଝୀ ,ଗରିଆ ମାଝୀ ,ରାଇସନ୍ ମାଝୀ, ଭାସ୍କର ମାଝୀ,ସୁଶାନ୍ତ ମାଝୀ, ଦାଶ ମାଝୀ, ଜୁଦିଷ୍ଟ୍ର ମାଝୀ ଓ ପପୁ ମାଝୀ ସାଧାରଣ ରେ ଚେତାବନୀ ଦେଇଛନ୍ତି। ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ