ନାଳକୂଳ ସର୍ଭିସ୍ ରୋଡ୍ ଉନ୍ନତିରେ ଖୁସି ଗ୍ରାମବାସୀ, ବଦଳିବ ଯାତାୟାତ ଓ ଜୀବନମାନ.

Dec 31, 2025 - 11:33
 0  2
ନାଳକୂଳ ସର୍ଭିସ୍ ରୋଡ୍ ଉନ୍ନତିରେ ଖୁସି ଗ୍ରାମବାସୀ, ବଦଳିବ ଯାତାୟାତ ଓ ଜୀବନମାନ.

କନ୍ଧମାଳ--ତା:-୩୧/୧୨/୨୫ କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ୍‌ର କାତାରୀ ମାଇନର୍ ଇରିଗେସନ ପ୍ରକଳ୍ପର ସର୍ଭିସ୍ ରୋଡ୍ ଉନ୍ନତି କାମ ଆରମ୍ଭ ହେବାକୁ ଯାଉଥିବାରୁ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ଦୀର୍ଘଦିନର ଦାବି ପରେ ଏହି ରାସ୍ତା ନିର୍ମାଣ ହେବାକୁ ଯାଉଥିବାରୁ ଗ୍ରାମବାସୀମାନେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣୀ କଂହରଙ୍କୁ ଧନ୍ୟବାଦ ଦେଇଛନ୍ତି. ପ୍ରାୟ ୧.୯୪ କିଲୋମିଟର ଦୀର୍ଘ ଏହି ସର୍ଭିସ୍ ରୋଡ୍ ଉନ୍ନତି ପାଇଁ ପାଖାପାଖି ଏକ କୋଟି ଟଙ୍କା ଅନୁମୋଦିତ ହୋଇଛି । ଆଧୁନିକ ମାନ ଅନୁସାରେ ରାସ୍ତାଟି ପୁରା ବ୍ଲାକଟପ୍ ଭାବେ ନିର୍ମାଣ ହେବ । ରାସ୍ତାର ଚୌଡ଼ା ୪.୮ ମିଟର ରହିବା ସହିତ ୩.୭୫ ମିଟର କ୍ୟାରିଏଜ୍‌ୱେ ଓ ଦୁଇ ପଟେ ଶୋଲ୍ଡର୍ ରହିବ । ଦୀର୍ଘ ଦିନ ହେଲା ଅଞ୍ଚଳ ବାସୀ ଏହି ରାସ୍ତା ପାଇଁ ବାଲିଗୁଡା ବିଧାୟକ ଚକ୍ରମଣୀ କଂହରଙ୍କୁ ଦାବି ଜଣାଇ ଆସୁଥିଲେ. ବର୍ଷା ଋତୁରେ ଏହି ରାସ୍ତା ଅତ୍ୟନ୍ତ ଖରାପ ହୋଇ ଯାତାୟାତ ବାଧାପ୍ରାପ୍ତ ହୁଏ । ବହୁ ସମୟରେ ବିଦ୍ୟାଳୟ ଯିବା ପାଇଁ ଛାତ୍ରଛାତ୍ରୀ,ରୋଗୀ, ଗର୍ଭବତୀ ମହିଳା ଯାତାୟତ ପାଇଁ ବହୁ ଅସୁବିଧା ର ସନମୁଖୀନ ହେଉଥିଲେ । ନୂଆ ରାସ୍ତା ନିର୍ମାଣ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଗ୍ରାମବାସୀଙ୍କ ଆଶା | ସ୍ଥାନୀୟ ଚାଷୀ ନେତା ସୁଶାନ୍ତ ମାଝୀ କହିଛନ୍ତି ଯେ, ରାସ୍ତା ଭଲ ହେଲେ ଧାନ, ମକା, ମାଣ୍ଡିଆ,ସୋରିଷ, କୋଳଥ ଓ ଜନା ପରି କୃଷି ଉତ୍ପାଦ ସହଜରେ ବଜାରକୁ ପହଞ୍ଚିପାରିବ । ଏହା ଦ୍ୱାରା ଚାଷୀମାନେ ଭଲ ଦର ପାଇବେ ଏବଂ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ଏହି ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନଙ୍କୁ କାମ ମିଳିବାର ସମ୍ଭାବନା ଥିବାରୁ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଗ୍ରାମବାସୀମାନେ ଏହି ଉନ୍ନତି କାମ ପାଇଁ ପ୍ରଶାସନ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂରେଜ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗ୍ରାମାଞ୍ଚଳର ଯାତାୟାତ ଉନ୍ନତି ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତିର ଉନ୍ନତି ହେବ. ଏହି ରାସ୍ତା ଅଞ୍ଚଳର ସମଗ୍ର ବିକାଶରେ ଏକ ମାଇଲ୍‌ଷ୍ଟୋନ୍ ହେବ ବୋଲି ଅଞ୍ଚଳ ବାସି ଆଶା ବାନ୍ଧିଛନ୍ତି .

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ