।। ନାରାୟଣପାଟଣା ରେ ଦଲାଲି କରୁଥିବା ଧର୍ମରାଜୁ କୁ କୋର୍ଟ ଚାଲାଣ କଲା ପୋଲିସ ।।

Sep 28, 2023 - 21:00
 0  11
।। ନାରାୟଣପାଟଣା ରେ ଦଲାଲି କରୁଥିବା ଧର୍ମରାଜୁ କୁ କୋର୍ଟ ଚାଲାଣ କଲା ପୋଲିସ ।।

ନାଁ ଧର୍ମରାଜୁ ।କିନ୍ତୁ କାମ ଅଧର୍ମ ।କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ ।ଦିନେ ନା ଦିନେ ଆଲୁଅ ଜଳେ ।ଏ ବ୍ୟକ୍ତି ହେଉଛନ୍ତି ନାରାୟଣପାଟଣା ବ୍ଲକ ବାଲିପେଟା ର । ନାରାୟଣପାଟଣା ବ୍ଲକ ର ନିରୀହ ଆଦିବାସୀ ଲେବର କାର୍ଡ କରି ସେମାନଙ୍କ କାର୍ଡ ରେ ଆସୁଥିବା ସରକାରୀ ସହାୟତା ଯଥା ବିବାହ ପଂଜୀକରଣ, ମୃତ୍ୟୁ ପଂଜୀକରଣ ରେ ଆସୁଥିବା ଅର୍ଥରାଶି ରୁ ଅଧା ଟଙ୍କା ଲୁଟିନେଉଥିଲା ।ପୋଡାପଦର ପଚାୟତ ର ସାମନା ଗାଁ ର ଜଣେ ଲେବରକାର୍ଡ ଧାରୀ ର ଝିଅ ବାହାଘର ବାବଦକୁ ୫୦ହଜାର ଟଙ୍କା ଜମା ହୋଇଥିବା ବେଳେ ତାଙ୍କ ଠାରୁ ୨୫ ହଜାର ଟଙ୍କା ହଡ଼ପ କରିଥିଲେ ।ଏ ନେଇ ସେ କୋରାପୁଟ ଏସ୍ ପି ଙ୍କୁ ଭେଟି ଦଲାଲ ଠାରେ ଠଖାମିର ଶିକାର ହେଇଥିବା ନେଇ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ କରିବାରେ ସାଙ୍ଘାତିକ ତଥ୍ୟ ପାଇଛି ।ଖାଲି ଏହି ଜଣେ ବ୍ୟକ୍ତିଙ୍କ ନୁହେଁ ବ୍ଲକ ର ହଜାର ହଜାର ଆଦିବାସୀ ଙ୍କୁ ଏପରି ଠକି ଲକ୍ଷ ଲକ୍ଷ ଟଙ୍କ ଲୁଟିଥିବା ଜଣା ପଡିଛି ।ତେବେ ପୋଲିସ ଏହି ଦଲାଲ କୁ ଗିରଫ କରି କୋର୍ଟ ଚାଲଣ କରିଛି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ