।। ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ ।।

Aug 12, 2025 - 21:17
 0  8
।। ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା କରିବାରୁ ମଙ୍ଗଳବାର ଯୁବକକୁ ଜେଲ ହାଜତକୁ ପଠାଯାଇଥ‌ିବା ଜଣାପଡ଼ିଛି। ସୂଚନା ଅନୁସାରେ ଜି.ଉଦୟଗିରି ଥାନା ଅନ୍ତର୍ଗତ କିରାମାହା ଗ୍ରାମର ସୂର୍ଯ୍ୟ କାନ୍ତି ପ୍ରଧାନଙ୍କ ପୁଅ ପିଙ୍କୁ ଓରଫ ପରାଗ ପ୍ରଧାନ (୧୯) ଉକ୍ତ ନାବାଳିକା ଝିଅକୁ ସେଠାରେ ଦେଖି ପ୍ରେମ ଜାଲରେ ଫସାଇ ବିବାହ କରିବି କହି ଶାରୀରିକ ସମ୍ପର୍କ ରଖୁଥିଲା କିନ୍ତୁ ପରେ ମନା କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଦମୟନ୍ତୀ ବେହେରା ତଦନ୍ତ ଭାର ଗ୍ରହଣ କରି ଏ ସଂକ୍ରାନ୍ତରେ ଧାରା ୬୪ (୨) (ଏମ)/୬୫(୧) ବିଏନଏସ ଏବଂ ଆରଡବ୍ଲୁଏସ ୬ ପୋକ୍ସ ଆକ୍ଟରେ ଥାନା କେସ ନଂ.୧୨୮/୨୫ ରେ ଏକ ମାମଲା ରୁଜୁ କରି ଆସାମୀ ପିଙ୍କୁକୁ କିରାମାହା ଗ୍ରାମରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦଃ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ