ନସ୍କାପାଲିରେ ଦିବାରାତ୍ର ଭଲିବଲ ପ୍ରତିଯୋଗିତା

Jan 5, 2026 - 20:23
 0  6
ନସ୍କାପାଲିରେ ଦିବାରାତ୍ର ଭଲିବଲ ପ୍ରତିଯୋଗିତା

କିର୍ମିରା୬।୧(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ ନସ୍କାପାଲି ଗ୍ରାମରେ ସେଭେନଷ୍ଟାର ଭଲିବଲ କ୍ଳବ ପକ୍ଷରୁ ୫ମ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।୧୨ଟି ଦଳକୁ ନେଇ ପ୍ରତିଯୋଗିତା ହୋଇଥିବା ବେଳେ ରାଉଲକେଲା ଓ ବଡବାହାଲ ସୁନ୍ଦରଗଡ ମଧ୍ୟରେ ଫାଇନାଲ ଖେଳ ହୋଇ ରାଉଲକେଲା ବିଜୟି ହୋଇଥିଲେ।ଉଦଯାପନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ତେଜରାଜ ସାହୁଙ୍କ ସୁପୁତ୍ର ସତ୍ୟମ୍ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ସମ୍ମାନିତ ଅତିଥି ସନାତନ ପଟେଲ,ଦୁର୍ଯ୍ୟୋଧନ ନାଏକ,ଲିଲୁ ପଟେଲ,କୋଶଳ ନାଏକ,ସମୀର ପଟେଲ,ପ୍ରଫୁଲ ନାଏକ ଯୋଗ ଦେଇଥିଲେ। ରାଜେଶ ପଟେଲ,ଅମୀୟ ପଟେଲ ଖେଳ ପରିଚାଳନା କରିଥିଲେ।କ୍ଳବ ସମ୍ପାଦକ ରାଜୁ ନାଏକଙ୍କ ନେତୃତ୍ବରେ ପ୍ରତିଯୋଗିତାକୁ ସଂଘ ସଭାପତି ରବି ଭଇଁଷା,ରବିନ୍ଦ୍ର ରଣା,ମୁକେଶ ସାହୁ,ସୁବ୍ରତ ନାଏକ,ଅନିଲ ରଣା,କୁନା ସାହୁ,ରାଜେଶ ବେହେରା,ଶଙ୍କର ରଣା,ମହେଶ ରଣା ପ୍ରମୁଖ ସହଯୋଗ କରିଥିଲେ।

କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ