ନବରଙ୍ଗପୁର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା

ନବରଙ୍ଗପୁର,( ରଞ୍ଜିତ ନାୟକ) ତା:୦୩.୦୧.୨୦୨୫:ରିଖ ଦିବା ୧୦.୩୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନ ରଥ ଓ ଶୋଭାଯାତ୍ରା କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଡକ ସୁରକ୍ଷା କମିଟି, ନବରଙ୍ଗପୁର ଡ଼ା ଶୁଭଂକର ମହାପାତ୍ର ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ! ଏହି ରଥ ଜିଲ୍ଲାର ସମସ୍ତ ଜନସଧାରଣଙ୍କୁ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରେରଣ କରିବାସହ ଦୁର୍ଘଟନା ହାର କୁ କମାଇବାରେ ସାହାଯ୍ୟ କରିବ ! ଏହି ଅବସର ରେ ଏକ ଶୋଭାଯାତ୍ରାରେ ଆର୍ ସି ଡି ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ସହ ବାଙ୍ଗାଲୋର ଆର୍ ଟି ଓ,ଏମ ଭି ଆଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଡି ଆଇ ପି ଆର୍ ଓ, ଡି ଡବ୍ଲୁ ଓ,ପୋଲିସ ଓ ପରିବହନ ବିଭାଗ ର ଅଧିକାରୀ, ସହରର ବୁଦ୍ଧିଜୀବୀ ସାମିଲ ହୋଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ ! ଏହି ଏଲ ଇ ଡି ଟିଭି ଯୁକ୍ତ ସଡକ ସୁରକ୍ଷା ସଚେତନ ରଥ ଆସନ୍ତା ତା: ୦୭.୦୧.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ମୁଖ୍ୟ ଗ୍ରାମ ଗୁଡିକୁ ଗସ୍ତ କରି ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କ ମଧ୍ୟରେ “ସଡକ ସୁରକ୍ଷା ଓ ପରିବାର ରକ୍ଷା “ ର ବାର୍ତ୍ତା କୁ ଗୁରୁତ୍ଵ ପ୍ରଦାନ କରି ଜିଲ୍ଲାରେ ଘଟୁଥିବା ସଡକ ଦୁର୍ଘଟଣା ରୋକିବା ପାଇଁ ଏହା ବେଶ ସହାୟକ ହେବ ! ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର ଭୋଇଙ୍କ ତତ୍ତ୍ଵାବଧାନରେ ଏହି ସମୟରେ ଜିଲ୍ଲାରେ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯିବା ସହ ବିଶେଷ କରି ହେଲମେଟ ଓ ସିଟବେଲ୍ଟ ବାଧ୍ୟତାମୂଳକ ବ୍ୟବହାର, ଦ୍ରୁତ ଗତିରେ ,ବିନା ଲାଇସେନ୍ସ ରେ,ମୋବାଇଲ ବ୍ୟବହାର ସହ ଗାଡି ଚାଳନା,କମ୍ ବୟସ୍କ ଗାଡ଼ି ଚାଲକଙ୍କୁ ଫାଇନ୍, ଭାରି ଯାନ ଗାଡ଼ି ଚାଳକ ଙ୍କ ଚକ୍ଷୁ ପରୀକ୍ଷା କୁ ଗୁରୁତ୍ବ ଦିଆଯିବ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






