ନବରଙ୍ଗପୁର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୫.୦୭.୨୦୨୫ ରିଖ: ସ୍ଥାନୀୟ ବି ଈଡି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗ ତରଫରୁ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି ! ବିଭିନ୍ନ ଜିଲ୍ଲାର ପ୍ରାୟ ୫୦୦ ଜଣ ମହାବିଦ୍ୟାଳୟ ଓ ହାଇସ୍କୁଲ ସ୍ତର ଏନ୍ ସି ସି କ୍ୟାଡେଟ ମାନଙ୍କ ପ୍ରଶିକ୍ଷଣ ଶିବିର ସମାଗମ ରେ ଆୟୋଜିତ ବିଶ୍ଵ ଦକ୍ଷତା ଦିବସ ପାଳନ ରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ! ମଞ୍ଚାସିନ ଅତିଥି ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ଵଜିତ ବର୍ମନ୍ , ଏନ୍ ସି ସି କମାଣ୍ଡିଂ ଅଧିକାରୀ ସୁନିଲ କୁମାର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଉମରକୋଟ ଆଇ ଟି ଆଇ ଅଧ୍ୟକ୍ଷ ସଞ୍ଜୟ ଠାକୁର, ଚନ୍ଦା ହାଣ୍ଡି ଆଇ ଟି ଆଇ ଅଧ୍ୟକ୍ଷ ପ୍ରଣବ ପଣ୍ଡା ଉପସ୍ଥିତ ଥିଲେ ! ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ଆନନ୍ଦ ଦଳେଇ ଦିବସ ପାଳନ ର ଉଦ୍ଦେଶ୍ୟ ସହ ସମ୍ୟକ୍ ସୁଚନା ଦେଇଥିଲେ ! ଆଜିର ଦିନରେ ଯୁବା ବର୍ଗଙ୍କୁ ନିଜ କ୍ଷେତ୍ର ରେ ଦକ୍ଷତା ବିକାଶ ପାଇଁ ଚେଷ୍ଟା କରିବା ସହ ଉତ୍ତମ ପ୍ରଶିକ୍ଷଣ,ଡିଜିଟାଲ ବୈଷୟିକ ଜ୍ଞାନ ର ସଠିକ୍ ଉପଯୋଗ , ଉନ୍ନତ କାର୍ଯ୍ୟଶୈଳୀ,କୃତିମ ବୁଦ୍ଧିମତ୍ତା ,ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଥିଲା ! ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏନ୍ ସି ସି ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଉପରେ ବିଶେଷ ତଥ୍ୟ ଓ ପରାମର୍ଶ ଦେବା ସହ କଠିନ ପରିଶ୍ରମ କରିବାକୁ ଓ ଯୁଗ ଉପଯୋଗୀ ପ୍ରଯୁକ୍ତି ବିଦ୍ୟା ଓ କାର୍ଯ୍ୟ କୌଶଳକୁ ପ୍ରୟୋଗ କରିବା ପାଇଁ କହିଥିଲେ ! ଦକ୍ଷତା ବିକାଶ ଉପରେ ଏନ୍ ସି ସି କ୍ୟାଡେଟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ !ସଭାକୁ ଏନ୍ ସି ସି କ୍ୟାଡେଟ ପ୍ରିୟଙ୍କା ପାଣିଗ୍ରାହୀ, ଉଦିପ୍ତା ନାୟକ ଏବଂ ଅଙ୍କିତା ଦାସ ସଞ୍ଚାଳନ ସହ ପରିଚାଳନା କରିଥିଲେ ! ୧୩ (ଓ) ଏନ୍ ସି ସି ବାଟାଲିୟନ ର କର୍ମଚାରୀଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






