ନବରଙ୍ଗପୁର ଠାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭାରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩.୦୬.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବକାରୀ ବିଭାଗ ଦ୍ଵାରା ଆୟୋଜିତ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ଅଭିଯାନ ଅନ୍ତର୍ଗତ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି ! ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦେଇ ସଚେତନତା ରଥ କୁ ଜିଲ୍ଲାରେ ପରିକ୍ରମା ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ! ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ଵଜିତ ବର୍ମନ୍,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ, ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ,ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର ଭୋଇ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ! ଏହି ସଚେତନତା ରଥ ଜିଲ୍ଲାର ୧୮୯ ପଞ୍ଚାୟତ କୁ ଗସ୍ତ କରି ଆମ ସଂକଳ୍ପ - ନିଶା ନୁହେଁ, ଜୀବନକୁ ବାଛିବା ମୂଳମନ୍ତ୍ର ର ସଚେତନତା ବାର୍ତ୍ତା ସମ୍ମିଳିତ ସଙ୍ଗୀତ ପରିବେଷଣ ସହ ଜନ ସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବ ! ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟ ଓ ଡ୍ରଗସ କାରବାର ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ! ଗଞ୍ଜେଇ ଚାଷ ଓ ପରିବହନ, ଅପମିଶ୍ରିତ ବିଷାକ୍ତ ମଦ ବିକ୍ରୟ, ସାଇକୋଟ୍ରପିକ ଡ୍ରଗସ୍ ଭଳି ଘାତକ ନିଶାର ବିକ୍ରି କଲେ ଅବକାରୀ ଆଇନ-୨୦୦୮ ଏବଂ ନାର୍କୋଟିକ ଡ୍ରଗସ ଏଣ୍ଡ ସାଇକୋଟ୍ରପିକ ଆଇନ ୧୯୮୫ ଅନୁଯାୟୀ ସଶ୍ରମ କାରାଦଣ୍ଡ ଓ ଫାଇନ୍ ର ବ୍ୟବସ୍ଥା ରହିଛି ! ଗାଁ ରୁ ସହର ସମ୍ପୂର୍ଣ ଓଡ଼ିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ଏହି ରାଜ୍ୟ ସରକାରଙ୍କ ଦ୍ଵାରା ବ୍ୟାପକ ସଚେତନତା ଅଭିଯାନ ତମାଖୁ ନିରୋଧ ଦିବସ ଗତ ୩୧.୫.୨୦୨୫ ତାରିଖରୁ ଆରମ୍ଭ ହୋଇଯାଇଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






