ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

Sep 5, 2025 - 20:08
 0  2
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୦୯.୨୦୨୫ ରିଖ: ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମIରୋହ ଅନୁଷ୍ଠିତ ହୋଇଯାଇଅଛି ! ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ,ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ! ପାଳକା ରବୀନ୍ଦ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଡକ୍ଟର ମଳୟ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡ ଓଁକାର ପଟ୍ଟନାୟକ, ପ୍ରିନ୍ସିପାଲ, ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ,ପ୍ରକାଶ ମେହେର ଓ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଶ୍ରୀ ସୁଦୀପ୍ତ କୁମାର ଦାସ,ପ୍ରଧାନ ଶିକ୍ଷକ,ଚିତ୍ତରଞ୍ଜନ ପଟ୍ଟନାୟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅତିଥି ଭାବେ ଯୋଗଦେଇଥିଲେ ! ପ୍ରକାଶ ଚନ୍ଦ୍ର ମହାଳିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ! ବିଧାୟକ ଶ୍ରୀ ମାଝୀ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ ଓ ଦେଶ ଗଠନ ରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ ଓ ନବରଙ୍ଗପୁର ଜିଲ୍ଲା ଡ୍ରପ ଆଉଟ ପାଇଁ ଯେଉଁ ଦୁର୍ନାମ ଅଛି ତାହାକୁ ସମସ୍ତେ ମିଶି ଦୁର କରିବାକୁ ଆହ୍ବାନ କରିଥିଲେ ! ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷାବିଭାଗ ଦ୍ଵାରା ପ୍ରସ୍ତୁତ ସ୍ପାର୍କ, ଶିକ୍ଷା ସେତୁ, ଲକ୍ଷ୍ୟ, ସୁପର ୧୦୦ , ଗୋଣ୍ଡି ଓ ଭତ୍ରା ଭାଷାରେ ପ୍ରସ୍ତୁତ ଭିଡିଓ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ! ଆଜିର କାର୍ଯ୍ୟକ୍ରମ ରେ ୧୪ ଜଣ ମାଧ୍ୟମିକ ଶିକ୍ଷକ, ୧୦ ଜଣ ପ୍ରାଥମିକ ଶିକ୍ଷକ ଓ ୧ ଜଣ ସି ଆର ସି ସି, ୩୮ ଜଣ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ଗତ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ଫଳ ପାଇଁ ସମ୍ମାନୀତ କରାଯାଇଥିଲା ! ଶ୍ରୀ ସୁଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ! ଶ୍ରୀ ନରେଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ! ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ! ମାନ୍ୟବର ବିଧାୟକ ଏହାକୁ ଉଦଘାଟନ କରିଥିଲେ ଓ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥଲେ ! ମୋଟ ୫୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !ରକ୍ତଦାନ ଶିବିର କୁ ପ୍ରଭାତ ପଟ୍ଟନାୟକ,ଜୁନିଅର ରେଡକ୍ରସ ଅଧିକାରୀ ପ୍ରକାଶିନୀ ଚୌଧୁରୀ ଶିବିରକୁ ପରିଚାଳନା କରିଥିଲେ !ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଏହି ଶିବିରରେ ରକ୍ତଦାନ କରିଥିଲେ ! ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଲେବରଟରି ଟେକନିସିୟନ ଅରୁଣ କୁମାର ସ୍ବାଇଁ, ମାରଟିନ ଛତର, ହେମନ୍ତ ରାଉତ ଏବଂ ସମ୍ବିତ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ