ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ

Jul 24, 2025 - 19:17
 0  19
ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୭.୨୦୨୫ ରିଖ: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦର ୱାନ,ପ୍ରକଲ୍ପ ପ୍ରଶାସକ,ସ୍ୱମନିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ରାଜୀବ ଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ! ପ୍ରଥମେ ଜିଲ୍ଲା କର୍ମ ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ କମିଟି ବୈଠକ ର ଉଦ୍ଦେଶ୍ୟ ସହ ଗତ କମିଟି ବୈଠକ ର ନାନୋ ଉନିକର୍ନ , ପି ଏମ ଇଣ୍ଟରସିପ,ନିଯୁକ୍ତି ମେଳା, ପି ଏଲ୍ ଟି ପି, ନୁଆ ଓଡ଼ିଶା ର ଜିଲ୍ଲାର ଦକ୍ଷତା ବୃଦ୍ଧି , ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ତଥ୍ୟ ପ୍ରଦାନ କରିଥିଲେ ! ଉକ୍ତ ବୈଠକ ରେ ୫ ଗୋଟି ପ୍ରକଲ୍ପ କାର୍ଯ୍ୟକାରୀ ସଂସ୍ଥା ବୈଦ୍ୟୁତିକ ଯାନ ଟେକ୍ନିସିଆନ ପ୍ରଶିକ୍ଷଣ ପାଇଁ ସ୍କ୍ୟାଏ ସ୍କିଲ ଏକାଡେମୀ , ପେଷ୍ଟ କଣ୍ଟ୍ରୋଲ ଓ ଖାଦ୍ୟ ପ୍ରସ୍ତୁତି ସେବା ପ୍ରଶିକ୍ଷଣ ପାଇଁ ଆଡା ମାସ ବିଶ୍ଵବିଦ୍ୟାଳୟ, ବ୍ୟାଟେରୀ ସିଷ୍ଟମ ମରାମତି ଟେକ୍ନିସିଆନ,କାରାଗାର ଅନ୍ତେବାସୀ ମାନଙ୍କ ପାଇଁ ଛତୁ ଚାଷ ଓ ପ୍ରାକୃତିକ ଚାଷ ପ୍ରଣାଳୀ,ଶକ୍ତି ସଦନ ଅନ୍ତେବାସୀ ମାନଙ୍କ ପାଇଁ ଝୋଟ ବ୍ୟାଗ୍ ତିଆରି ପ୍ରଶିକ୍ଷଣ ପାଇଁ ଗାୟତ୍ରୀ ଏଡୁକେଶନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ , ଡି ଟି ପି, ଫ୍ଲେକ୍ସ ତିଆରି ପ୍ରଶିକ୍ଷଣ ପାଇଁ ଡାଟା ପ୍ରୋ କମ୍ପ୍ୟୁଟର, ଘରୋଇ ମିକ୍ସର, ଗ୍ରାଇଣ୍ଡର ,ଆଇରନ ଇତ୍ୟାଦି ମରାମତି ପାଇଁ ଇନୋଡଷ୍ଟ ଟେକ୍ ସୋଲୁସନ୍ ନିଜର ପି ପି ଟି ମାଧ୍ୟମରେ ଗୃହରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ,ନିଯୁକ୍ତି ଉପରେ ବିଶେଷ ତଥ୍ୟ ରଖିଥିଲେ !ଜିଲ୍ଲାପାଳ ଡ଼ା ମହାପାତ୍ର ଜିଲ୍ଲାରେ ବିଶେଷତ ଯୁବକ ମାନଙ୍କୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର,ଏଲ ଈ ଡି ଟିବି,କମ୍ପ୍ୟୁଟର, ଲାପଟପ୍, ଜେନେରେଟର,କୃଷି ପମ୍ପ, ନଳକୂପ ମରାମତି ଉପରେ ଅଧିକରୁ ଅଧିକ ପ୍ରଶିକ୍ଷଣ ପାଇଁ ଗୁରୁତ୍ବ ଦେଇ କହିଥିଲେ ! ଆଇ ଟି ଆଇ ଓ ପୋଲିଟେକ୍ନିକ କର୍ମକର୍ତ୍ତା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଅଟୋମୋବାଇଲ ଟ୍ରେଡ୍ ର ଯୁବକ ମାନଙ୍କୁ ନୂଆ ଭାବେ ଆରମ୍ବ ହୋଇଥିବା ଭାଲଭୋ ବସ ମରାମତି ରେ ନିଯୁକ୍ତି, ଟି ପି ଏସ ଓ ଡି ଏଲ ରେ ଇଲେକ୍ଟ୍ରୀ ଟ୍ରେଡ ର ଯୁବକମାନଙ୍କୁ ଲାଇନ ମେନ୍ ଓ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଗୃହରେ ଜିଲ୍ଲାପାଳ ଏହା ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି କହିଥିଲେ !ପ୍ରକଲ୍ପ କାର୍ଯ୍ୟକାରୀ ସଂସ୍ଥା ଦ୍ୱାରା ଜିଲ୍ଲାରେ ୧୮ ରୁ ୩୫ ବର୍ଷ ମଧ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଟ୍ରେଡ ରେ ୫୭୦ ଏବଂ ସ୍ବତନ୍ତ୍ର ପ୍ରଶିକ୍ଷଣ ରେ ୧୨୦ ଜଣ ଙ୍କୁ ଚଳିତ ବର୍ଷ ପ୍ରଶିକ୍ଷଣ ଦିଆଯିବ ! ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି ଏସ ଡ ବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ସି ପି ଓ ସୁରେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ