ନବରଙ୍ଗପୁର ଠାରେ ଆଦି କର୍ମଯୋଗୀ ଅଭିଯାନର ୩ ଦିନିଆ ଆବାସିକ କାର୍ଯ୍ୟକ୍ରମ

Sep 4, 2025 - 18:21
 0  38
ନବରଙ୍ଗପୁର ଠାରେ ଆଦି କର୍ମଯୋଗୀ ଅଭିଯାନର ୩ ଦିନିଆ ଆବାସିକ କାର୍ଯ୍ୟକ୍ରମ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୪.୦୯.୨୦୨୫ ରିଖ: ଆଦିବାସୀ ଅଞ୍ଚଳରେ ଶେଷ ସୀମା ପର୍ଯ୍ୟନ୍ତ ସେବା ପ୍ରଦାନ ବ୍ୟବସ୍ଥା କୁ ସୁଦୃଢ କରିବା ଏବଂ ଏକ ଉତ୍ତରଦାୟୀ ଶାସନ ସ୍ଥାପନ କରିବା ନିମନ୍ତେ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି ଦିବସିୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗ ଶାଳା ଆଜିଠାରୁ ତା: ୪/୯/୨୦୨୫ ରୁ ୬/୯/୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ପ୍ରକଲ୍ପ ପ୍ରଶାସକ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ରାଜୀବ ଲୋଚନ ସାହୁ ଯୋଗ ଦେଇ କର୍ମଶାଳା ଶୁଭାରମ୍ଭ କରିଥିଲେ ! ଏହି ପ୍ରୟୋଗଶାଳା ରେ ୧୦ ବ୍ଳକ ରୁ ବିଭିନ୍ନ ବିଭାଗ ରୁ ସର୍ବମୋଟ ୫୮ ଜଣ ଆଦି କର୍ମଯୋଗୀ ଙ୍କୁ ( BMT ) ଜିଲ୍ଲା ସ୍ତରୀୟ ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ବ୍ଳକ ସ୍ତରୀୟ ( DMT ) ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଗଲା ! ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଏକ ଅନ୍ତନିବାସୀ, ଦୀର୍ଘ ସ୍ଥାୟୀ ବିକାଶ କୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ! ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ର "ସବକା ସାଥ,ସବକା ବିକାଶ, ସବକା ପ୍ରୟାସ,ସବକା ବିଶ୍ୱାସ" ଦର୍ଶନ ଏବଂ ୨୦୪୭ ର ବିକଶିତ ରାଷ୍ଟ୍ର ଗଠନ କରିବା ରେ ଏହି କାର୍ଯ୍ୟକ୍ରମ ର ଏକ ପ୍ରମୁଖ ଯୋଗଦାନ ରହିବ ! ଏହି କାର୍ଯ୍ୟକ୍ରମ ଦ୍ବାରା ଜିଲ୍ଲାର ୫୩୬ ଆଦିବାସୀ ଗ୍ରାମର ପ୍ରାୟ ୨ ଲକ୍ଷ ଆଦିବାସୀ ପରିବାର ଏବଂ ପ୍ରାୟ ୭ ଲକ୍ଷ ଆଦିବାସୀ ନାଗରିକ ଙ୍କ ପାଖରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପହଞ୍ଚାଇବାର ପ୍ରତିବଦ୍ଧତା ସହ ଏହି ପ୍ରୟୋଗ ଶାଳା ର ଲକ୍ଷ୍ୟ ରଖାଯାଇଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ