ନବରଙ୍ଗପୁର ଜିଲ୍ଲାରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Jul 9, 2025 - 21:00
 0  87
ନବରଙ୍ଗପୁର ଜିଲ୍ଲାରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୯/୦୭/୨୦୨୫ ରିଖ: ନିର୍ବାଚନ ସଂକ୍ରାନ୍ତୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଯାୟୀ ନବରଙ୍ଗପୁର ଜିଲାରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି ଚଳିତ ମାସ ଜୁଲାଇ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ ! ଝରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୪ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ସ୍ତରୀୟ ଅଧିକାରୀଙ୍କୁ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୨୫୫ ଜଣଙ୍କୁ ତାଲିମ ପ୍ରଦାନ କରାଯିବ ! ବୁଧବାର ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୬ ଓ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ତାଲିମ ନେଇଛନ୍ତି ! ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତପନ ଖୁଣ୍ଟିଆ ସମେତ ଝରିଗାଁ ମଧୁସୂଦନ ମାଝୀ, ଉମରକୋଟ ବି ଡି ଓ ମନୋଜ କୁମାର ମେହେର,ଚନ୍ଦାହାଣ୍ଡି ବିଡିଓ ଚୟନୁ ଗଣ୍ଡ ଓ ବିଏଲଓ ସୁପରଭାଇଜର ସତ୍ୟବ୍ରତ କର ତାଲିମ ପ୍ରଦାନ କରିଥିଲେ ! ପରେ ଶିବିରରେ ଯୋଗ ଦେଇଥିବା ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ! ତେନ୍ତୁଳିଖୁଣ୍ଟି ବ୍ଲକ୍ ଠାରେ ୭୫ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୪୧ ଜଣ ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ! ଏହି ତାଲିମ କର୍ଯ୍ୟରମରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେଇଥିଲେ ! ସେହିଭଳି ଡ଼ାବୁଗାଁ ବିଧାନସଭା ମଣ୍ଡଳୀ ପାଇଁ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ